27.1 C
Bhubaneswar
Sunday, July 6, 2025
Homeଓଡିଶାରାଜ୍ୟ ମହିଳାକମିଶନ ଅଧ୍ୟକ୍ଷାଙ୍କ ପରେ ବିଜେପିର ଏକ ଟିମ ମୃତା ଅଧ୍ୟାପିକାଙ୍କ ପରିବାର ନିକଟରେ ପହଞ୍ଚିଲେ

ରାଜ୍ୟ ମହିଳାକମିଶନ ଅଧ୍ୟକ୍ଷାଙ୍କ ପରେ ବିଜେପିର ଏକ ଟିମ ମୃତା ଅଧ୍ୟାପିକାଙ୍କ ପରିବାର ନିକଟରେ ପହଞ୍ଚିଲେ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଚୁକ୍ତିଭିତ୍ତିକ ଅଧ୍ୟାପିକା ରୁକ୍ମିଣୀ ମଣ୍ଡଳଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ରାଜ୍ୟ ମହିଳାକମିଶନ ଅଧ୍ୟକ୍ଷା ଡକ୍ଟର ମିନତି ବେହେରାଙ୍କ ମୟୂରଭଞ୍ଜ ଗସ୍ତ। ମହିଳାକମିଶନ ଅଧ୍ୟକ୍ଷାଙ୍କ ସମେତ ନିର୍ବାହୀ ଅଧିକାରୀ ଅରବିନ୍ଦ ପଟ୍ଟନାୟକଙ୍କୁ ନେଇ ଏକ ତିନିଜଣିଆ ଟିମ୍ ଘଟଣାର ତଦନ୍ତ ପାଇଁ ଆସି ପହଞ୍ଚିଲେ ପିଡ଼ିତାଙ୍କ ପରିବାରରେ। ପିଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହିତ ରାଇରଙ୍ଗପୁର ଏବଂ ଝାରପୋଖରିଆ ଥାନାରେ ହୋଇଥିବା ମାମଲାର ସମୀକ୍ଷା କରିଥିଲେ। ସାମ୍ବାଦିକ ମାନଙ୍କ ସହ ଆଲୋଚନା କରି କମିଶନର ଅଧ୍ୟକ୍ଷା କହିଲେ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ପାଇଁ ପୋଲିସ ବିଭାଗକୁ ସୁପାରିଶ କରିବେ ବୋଲି କହିଥିଲେ।
ସେଠାରୁ କମିଶନ ଅଧ୍ୟକ୍ଷା ରାଇରଙ୍ଗପୁର କଲେଜକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ। ପରେ ଭାରତୀୟ ଜନତା ପାର୍ଟି ଏକ ପ୍ରତିନିଧି ଦଳ ଯାଇ ପିଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣେଇଥିଲେ। ଏହି ପ୍ରତିନିଧି ଦଳରେ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି,ସାରସକଣା ବିଧାୟକ ବୁଢାନ ମୁର୍ମୁ,ବରିଷ୍ଠ ନେତା ଖାରବେଳ ସ୍ୱାଇଁ ଏବଂ କାର‌୍ୟ୍ୟକର୍ତା ଉପସ୍ଥିତ ଥିଲେ।ସରକାରଙ୍କ ୫ଗ୍ଧ ଏବଂ ମୋ ସରକାର ଯୋଜନା ରାଜ୍ୟରେ ଫେଲ ମାରିଛି ଏବଂ ଦୋଷୀ ବିରୁଦ୍ଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି। ଝାରପୋଖରିଆ ଥାନା ଅଧିକାରୀ ଠିକ ଭାବରେ ତଦନ୍ତ କରିଥିଲେ ଆଜି ଏଭଳି ଅବସ୍ଥା ହେଇନଥାନ୍ତା ବୋଲି କହିବା ସହିତ ନିଲମ୍ବନ ଏକ କାର‌୍ୟ୍ୟାନୁଷ୍ଠାନ ନୁହେଁ ବରଂ ବହିଷ୍କାର କରାଯିବା ଉଚିତ ବୋଲି ଜିଲ୍ଲା ସଭାପତି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking