ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରକାରୀ କୃଷି ଫାର୍ମ ଚକୁଳିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଜିଲ୍ଲା ସ୍ତରୀୟ ଭୂମି ପୂଜନ ସହ ଅକ୍ଷି ମୁଠି ଅନୁକୂଳ କରିଛନ୍ତି। ପ୍ରଥମେ ତାଙ୍କୁ ରେଙ୍ଗାଲିକ୍ୟାମ୍ପ ଠାରେ ଭବ୍ୟ ସ୍ବାଗତ କରାଯିବ ପରେ ଅତାବିରା ବଜରଙ୍ଗ ଦଳ, ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବିରାଟ ଶୋଭାଯାତ୍ରା ସହ ତାଙ୍କୁ ଚକୁଳି ଫାର୍ମଙ୍କୁ ଅଣାଯାଇଥିଲା। ବରଗଡ଼ ଜିଲ୍ଲା ପାଲ ଆଦିତ୍ୟ ଗୋୟଲ୍ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ଜିଲ୍ଲା କୃଷି ଅଧିକାରୀ ଲୋଚନ ଚରଣ ମାଝି, ଜିଲ୍ଲା ମୁଖ୍ୟ ପ୍ରକଳ୍ପ ଅଧିକାରୀ ଲଲାଟ କୁମାର ଲୁହା, ବିଜେପୁର ବିଧାୟକ ସନତ ଗଡ଼ତିଆ, ଅତାବିରା ବିଧାୟକ ନିହାର ମହାନନ୍ଦ ତଥା ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ପଣ୍ଡିତ ଭିଷ୍ମଦେବ ପାଣିଗ୍ରାହୀଙ୍କ ମନ୍ତ୍ରପାଠରେ ଭୂମି ପୂଜନ କରାଯାଇ ହଳ ବୁଲେଇ ଜମିକୁ କର୍ଷଣ କରି ବିହନ ସିଞ୍ଚନ କରି ଖରିଫ କୃଷି ଫସଲ ପାରମ୍ପାରିକ ଶୁଭାରମ୍ଭ କରିଥିଲେ।










