29.1 C
Bhubaneswar
Saturday, October 10, 2026
Homeଓଡିଶାବିରୋଧୀଙ୍କୁ ମୁକାବିଲା ପାଇଁ ଆମେ ତୟାର

ବିରୋଧୀଙ୍କୁ ମୁକାବିଲା ପାଇଁ ଆମେ ତୟାର

ଭୁବନେଶ୍ୱର: ଗୃହରେ ବିରୋଧୀଙ୍କୁ ମୁକାବିଲା ପାଇଁ ଆମେ ତୟାର। ସେମାନେ ଯେଉଁ ପ୍ରସଙ୍ଗରେ ଉତ୍ତର ଖୋଜିବେ ଆମେ ଦେବୁ। ଗୃହରେ ବିରୋଧୀ ଯେଉଁ ପ୍ରଶ୍ନ ଉଠାଇବେ ତା’ର ମୁକାବିଲା କରାଯିବ। ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପରେ ଗଣମାଧ୍ୟମକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଥିଲେ, ସରକାରକୁ ୮ ମାସ ପୂରିଲା। ମୋହନ ସରକାର ଯେଉଁ ସବୁ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିଛନ୍ତି, ଯେଉଁ ସବୁ ଯୋଜନା କରିଛନ୍ତି ତାକୁ ଗୃହରେ ରଖାଯିବ। ଗୃହରେ ସମସ୍ତ ପ୍ରକାର ପ୍ରସଙ୍ଗରେ ଆଲୋଚନା ପାଇଁ ଶାସକ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହା ସହ ଗୃହରେ ଅନ୍ୟ ଯେଉଁ କାର୍ଯ୍ୟ ଦିବସ ରହିଛି, ଯାହା ବିଲ୍ ଆସିବ ସମସ୍ତ ବିଷୟରେ ଆଲୋଚନା ହେବ ବୋଲି ସେ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking