32.1 C
Bhubaneswar
Tuesday, July 2, 2024
Homeଦେଶ ବିଦେଶବୌଦ୍ଧଧର୍ମର ଯୁବତୀଙ୍କ ସହିତ ପଳାଇ ବାହାହେଲା ‘ବିଜେପି’ ନେତାଙ୍କ ପୁଅ; ଦଳରୁ ବହିଷ୍କୃତ ହେଲେ ବାପା

ବୌଦ୍ଧଧର୍ମର ଯୁବତୀଙ୍କ ସହିତ ପଳାଇ ବାହାହେଲା ‘ବିଜେପି’ ନେତାଙ୍କ ପୁଅ; ଦଳରୁ ବହିଷ୍କୃତ ହେଲେ ବାପା

ବ୍ୟୁରୋ : ପୁଅ ବୌଦ୍ଧ ଧର୍ମର ଜଣେ ଯୁବତୀଙ୍କୁ ନେଇ ପଳାଇ ବାହା ହେବା କାରଣରୁ ତା’ର ବାପା ତଥା ଦଳର ବରିଷ୍ଠ ନେତାଙ୍କୁ ଲଦାଖ୍‌ ‘ବିଜେପି’ ବହିଷ୍କାର କରିଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।ରିପୋର୍ଟରେ ଉଲ୍ଲେଖ ଅଛି, ମାସେରୁ ଅଧିକ ହେବ ପୁଅ ଜଣେ ବୌଦ୍ଧଧର୍ମୀ ଯୁବତୀଙ୍କ ସହିତ ପଳାଇ ଯାଇଥିବାରୁ ଲଦାଖ ‘ବିଜେପି’ର ଉପସଭାପତି ୭୪ ବର୍ଷିୟ ନାଜିର୍‌ ଅହମଦ୍‌ଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି।ଜାରି କରିଥିବା ବିବୃତିରେ ଲଦାଖ ୟୁନିଟ୍‌ର ‘ବିଜେପି’ କହିଛି, ଜଣେ ବୌଦ୍ଧଧର୍ମୀ ଝିଅ ସହିତ ପୁଅ ପଳାୟନ କରିବା ଭଳି ସ୍ପର୍ଶକାତର ମାମଲାରେ ତାଙ୍କର ସମ୍ପୃକ୍ତି ବିଷୟରେ ସ୍ପଷ୍ଟୀକରଣ ଦେବାକୁ ସୁଯୋଗ ଦିଆଯିବା ପରେ ଦଳର ଏହି ବରିଷ୍ଠ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ବୁଧବାର ଦିନ ଦଳର ଏକ୍ଜିକ୍ୟୁଟିଭ୍‌ ବୈଠକ ପରେ ଲଦାଖ ‘ବିଜେପି’ ମୁଖ୍ୟ ଫୁଞ୍ଚୋକ୍‌ ଷ୍ଟାନ୍‌ଜିନ୍‌ ବହିଷ୍କାର ଆଦେଶ ଜାରି କରିଥିଲେ।ବିବୃତିରେ ‘ବିଜେପି’ ଆହୁରି ମଧ୍ୟ କହିଛି ଯେ, ସାମ୍ପ୍ରଦାୟିକ ସହାବସ୍ଥାନ ଓ ସ୍ଥାନୀୟ ଜନତାଙ୍କ ମଧ୍ୟରେ ଏକତା ବିପନ୍ନ କରୁଥିବାରୁ ଲଦାଖରେ ପୁଅଝିଅ ପଳାୟନ ମାମଲା ସବୁ ଧର୍ମ ସମ୍ପ୍ରଦାୟ ପ୍ରତି ଅଗ୍ରହଣୀୟ।ସୂଚନାଯୋଗ୍ୟ, ମାସେରୁ ଅଧିକ ହେବ ବିବାହ କରିଥିବା ଉକ୍ତ ଦମ୍ପତିଙ୍କର ଏଯାବତ୍‌ ସନ୍ଧାନ ମିଳିନାହିଁ। ବହିଷ୍କୃତ ‘ବିଜେପି’ ନେତା କହିଛନ୍ତି, ବୌଦ୍ଧ ଧର୍ମର ଝିଅ ସହିତ ପୁଅ ମଞ୍ଜୁର ଅହମଦ୍‌ର ବାହାଘରକୁ ଆମ ପରିବାର ବିରୋଧ କରୁଥିଲା। ଗତ ମାସେ ହେବ ସେ ଦୁହେଁ କେଉଁଠି ଅଛନ୍ତି ଆମେ ଜାଣିନାହୁଁ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ମାସରେ ସେ ହଜ୍‌ ଯାତ୍ରାରେ ସାଉଦି ଆରବରେ ଥିବା ବ‌େଳେ ତାଙ୍କ ପୁଅ ଓ ସେ ଝିଅ ଅଦାଲତରେ ବାହା ହୋଇଥିଲେ। ତାଙ୍କ ପୁଅକୁ ୩୯ ବର୍ଷ ଓ ସେ ଝିଅକୁ ୩୫ ବର୍ଷ। ତାଙ୍କର ମନେହେଉଛି, ବୋଧହୁଏ ସେମାନେ ୨୦୧୧ରୁ ‘ନିକା’ କରିସାରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking