29.1 C
Bhubaneswar
Sunday, October 11, 2026
Homeଦେଶ ବିଦେଶବିଜୟ ମାଲ୍ୟାଙ୍କ ବିରୋଧରେ ଏନ୍‌ବିଡବ୍ଲୁ ଜାରି

ବିଜୟ ମାଲ୍ୟାଙ୍କ ବିରୋଧରେ ଏନ୍‌ବିଡବ୍ଲୁ ଜାରି

ନୂଆଦିଲ୍ଲୀ: ବଢ଼ିଲା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ହେଲେ ଏନ୍‌ବିଡବ୍ଲୁ ତଥା ଜାମିନ ବିହୀନ ଗିରଫ ପରଓ୍ୱାନା। ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୮୦ କୋଟି ଋଣ ପରିଷୋଧ ନ କରିବା ମାମଲାରେ ଏହି ଏନ୍‌ବିଡବ୍ଲୁ ଜାରି କରିଛି।

ସିବିଆଇ କୋର୍ଟର ଜଷ୍ଟିସ୍ ଏସ୍ ନାଏକ ନିମ୍ବାଲକର ଜୁନ୍ ୨୯ରେ ମାଲ୍ୟାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ତେବେ ସୋମବାର (ଜୁଲାଇ ୧) କୋର୍ଟଙ୍କ ଆଦେଶର କପି ବାହାରକୁ ଆସିଛି। କୋର୍ଟ କହିଛନ୍ତି, ୨୦୦୭ରୁ ୨୦୧୨ ମଧ୍ୟରେ ବିଜୟ ମାଲ୍ୟା ଏବଂ ତାଙ୍କ କମ୍ପାନୀକୁ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପ୍ରାୟ ୧୮୦ କୋଟି ଟଙ୍କା ଋଣ ଦେଇଛି। ଏହି ମାମଲାରେ ବିଜୟ ମାଲ୍ୟାଙ୍କ ସମେତ ମୋଟ ୧୦ ଜଣ ଅଭିଯୁକ୍ତ ଅଛନ୍ତି। ଅଗଷ୍ଟ ୨୦୧୬ରେ ଏହି ମାମଲାରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଛି। କିନ୍ତୁ ପଳାତକ ବିଜୟ ମାଲ୍ୟାଙ୍କ ପାଇଁ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking