25.1 C
Bhubaneswar
Sunday, May 10, 2026
Homeଦେଶ ବିଦେଶକୋଲକାତାରେ ବିଚ ରାସ୍ତାରେ ମହିଳାଙ୍କୁ ମାଡ ମାରିବା ଘଟଣା : ମୁହଁ ଖୋଲି ଏଭଳି କହିଲେ...

କୋଲକାତାରେ ବିଚ ରାସ୍ତାରେ ମହିଳାଙ୍କୁ ମାଡ ମାରିବା ଘଟଣା : ମୁହଁ ଖୋଲି ଏଭଳି କହିଲେ ମହିଳା

କୋଲକାତା : ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାର ଜଣେ ପୁରୁଷଙ୍କ ସହ ଭାଇରାଲ ଭିଡିଓରେ ମହିଳା ଜଣଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓରେ ପୁରୁଷ ଜଣଙ୍କ ମହିଳାଙ୍କୁ ବିଚ ରାସ୍ତାରେ ବାଡ଼ଉଥବାର ଦେଖିବାକୁ ମିଳିଥିଲା। ତେବେ ମହିଳା ଜଣକ ଏବେ ତାହାକୁ ନେଇ ଅଭିଯୋଗ କରିଛନ୍ତି ଯେ ତାଙ୍କ ଅନୁମତି ବିନା ଏହି ଫୁଟେଜ ରେକର୍ଡ କରାଯାଇଛି।
ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୀଡିତା କହିଛନ୍ତି ଯେ ଚୋପ୍ରା ଅଞ୍ଚଳରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକଙ୍କ ଜଣେ ସହଯୋଗୀ ତାଙ୍କୁ ବାରମ୍ବାର ମାଡ ମାରୁଥିବାର ଭିଡିଓ କରିଥିବା ବ୍ୟକ୍ତି ଜଣକ ତାଙ୍କ ଅନୁମତି ନେଇନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ସେ ପୁଲିସ୍‌ ନିକଟରେ ଏକ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି। “ମୋର ଭିଡିଓ କିଏ ଭାଇରାଲ କରିଛି ମୁଁ ଜାଣେ ନାହିଁ। ଯିଏ ଏହାକୁ ଭାଇରାଲ କରିଛି ମୁଁ ପୋପୁଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛି। ମୋର ଅନୁମତି ବିନା କେହି ସେହି ଭିଡିଓକୁ ଭାଇରାଲ କରିଛନ୍ତି। ମୋର ପୁଲିସ୍ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି’’ ବୋଲି ସେ କହିଛନ୍ତି। ଭାଇରାଲ ଭିଡିଓରେ ମହିଳାଙ୍କୁ ଜଣେ ପୁରୁଷ ବାଉଁଶ ବାଡିରେ ପିଟୁଥିବା ଦେଖାଯାଇଥିଲା। ବ୍ୟକ୍ତି ଜଣକ ଚୋପ୍ରା ଅଞ୍ଚଳର ଟିଏମ୍‌ସି ନେତା ବୋଲି ଜଣାପଡ଼ିଛି। ତାଙ୍କୁ ଜୁନ୍ ୩୦ରେ ଗିରଫ କରାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ପାଞ୍ଚ ଦିନ ରିମାଣ୍ଡରେ ନିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking