28.1 C
Bhubaneswar
Sunday, September 8, 2024
Homeଓଡିଶାପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦାବୀରେ...

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ଗରୀବ ଲୋକଙ୍କ ହକ୍‌ର ଅପହରଣକୁ ଆଦୌ ବରଦାସ୍ତ କରିବ ନାହିଁ ବିଜେପି

 ରାଜ୍ୟର ସମସ୍ତ ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ
 ଚଂଚକତା କରି ଶାସକ ବିଜେଡି ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଆବଂଟନ କରିଥିବା କାରଣରୁ ଆଜି ଲକ୍ଷ ଲକ୍ଷ ବାସହୀନ ପକ୍କାଘର ପାଇବାରୁ ବଂଚିତ
 ରାଜ୍ୟ ସରକାର ନିଜେ ଭୁଲ ତାଲିକା କରିଛନ୍ତି, ଲୋକଙ୍କ ଉପରେ ନଲଦି ଏବେ ନିଜେ ତାଲିକା ସଜାଡିବାର ଦାୟୀତ୍ୱ ନିଅନ୍ତୁ
 ଗାଁ ଗାଁରେ ହିଂସା ଓ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିଛନ୍ତି ରାଜ୍ୟ ସରକାର
 ଯୋଗ୍ୟ ହିତାଧିକାରୀଙ୍କ ସଠିକ୍ ତାଲିକା ପ୍ରସ୍ତୁତ ନ ହେବା ଯାଏ ଏହାକୁ ସ୍ଥଗିତ ରଖନ୍ତୁ ରାଜ୍ୟ ସରକାର
 ସଠିକ୍ ଭାବରେ ହିତାଧିକାରୀ ତାଲିକାକୁ ଆଗାମୀ ୭ଦିନ ଭିତରେ ପ୍ରକାଶ କରାନଗଲେ ବଂଚିତ ବାସହୀନଙ୍କ ସହଯୋଗରେ ବ୍ଲକ ଅଫିସରୁ ବିଧାନସଭା ଘେରାଓ କରିବ ବିଜେପି

ଭୁବନେଶ୍ୱର : ଓଡିଶାର ଗରୀବ ଲୋକଙ୍କର ହକ୍‌କୁ କେହି ଅପହରଣ କରିବ, ଏହାକୁ ବିଜେପି ଆଦୌ ବରଦାସ୍ତ କରିବ ନାହିଁ । ୨୦୨୪ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ଉଦ୍ଦେଶ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ବହୁ ଆକାଂକ୍ଷିତ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଓଡିଶାରେ ଏହି ଯୋଜନାକୁ ସଠିକତାର ସହ ପ୍ରଣୟନ ପାଇଁ ଭାରତୀୟ ଜନତା ପାର୍ଟୀ ସଜାଗ ଦୃଷ୍ଟି ରଖିଛି । ରାଜ୍ୟ ସରକାର ମାଗିଥିବା ଘରଠାରୁ ଅଧିକ ଦେଇଛନ୍ତି ମୋଦି ସରକାର । ରାଜ୍ୟରେ ୨୭ ଲକ୍ଷ ପକ୍କାଘର ଆବଶ୍ୟକ ଥିବାର ରାଜ୍ୟ ସରକାର କହିଥିବାବେଳେ ବର୍ତମାନ ସୁଦ୍ଧା ପାଖାପାଖି ୨୮ ଲକ୍ଷ ପକ୍କା ଘର ଯୋଗାଇ ଦେଇଛନ୍ତି ମୋଦି ସରକାର । ମାତ୍ର ଚଂଚକତା କରି ଶାସକ ବିଜେଡି ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଆବଂଟନ କରିଥିବା କାରଣରୁ ଆଜି ଲକ୍ଷ ଲକ୍ଷ ବାସହୀନ ପକ୍କାଘର ପାଇବାରୁ ବଂଚିତ ହୋଇ ଦୁଃଖ କଷ୍ଟରେ ବାସ କରୁଛନ୍ତି । ଏହା ଅତ୍ୟନ୍ତ ଅକ୍ଷମଣୀୟ ଏବଂ ଏହାକୁ ଆଦୈା ବରଦାସ୍ତ କରାଯିବ ନାହିଁ । ରାଜ୍ୟ ସରକାରଙ୍କ ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ଯୋଗୁଁ ବିଜେପି ଏହାକୁ ଘୋର ବିରୋଧ କରିଆସୁଛି ।
ରାଜ୍ୟ ସରକାର ସଠିକ ଓ ଯୋଗ୍ୟ ହିତାଧିକାରୀମାନଙ୍କର ତାଲିକା ପ୍ରସ୍ତୁତ ନକରି ନିଜ ଦାୟିତ୍ୱକୁ ସାଧାରଣ ଲୋକଙ୍କ ଉପରେ ସରକାର ଛାଡି ଦେବା କାରଣରୁ ଗାଁ ଗାଁରେ ରହୁଥିବା ଗରୀବ, ନିଷ୍ପେସିତ ଲୋକ ଆକ୍ରୋଶର ଶିକାର ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଣୁ ରାଜ୍ୟ ସରକାର ନିଜେ ଦାୟିତ୍ୱ ନେଇ ନିରପେକ୍ଷ ଭାବେ ସର୍ଭେ କରନ୍ତୁ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ସଠିକ୍ ତାଲିକା ପ୍ରସ୍ତୁତ କରନ୍ତୁ । ଯେ ପର୍ଯ୍ୟନ୍ତ ଏହି ତାଲିକାରେ ଯୋଗ୍ୟ ହିତାଧିକାରୀଙ୍କ ସଠିକ୍ ତାଲିକା ପ୍ରସ୍ତୁତ ନ କରାଯାଇଛି ସେ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହାକୁ ସ୍ଥଗିତ ରଖନ୍ତୁ ।
ସଠିକ୍ ଭାବରେ ହିତାଧିକାରୀ ତାଲିକାକୁ ଆଗାମୀ ୭ଦିନ ଭିତରେ ପ୍ରକାଶ କରାଯାଉ । ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପ୍ରଧାନମନ୍ତ୍ରୀ ଆବାସ ଗୃହ / କାର୍ଯ୍ୟାଦେଶ ନଦିଆଯାଉ । ଯଦି ଏହାକୁ ସରକାର ଅଣଦେଖା କରନ୍ତି ଓ ଗ୍ରାମ ସଭାର ଆୟୋଜନ କରି ଅଯୋଗ୍ୟ ଲୋକଙ୍କୁ ଘର ଆବଟଂନ କାର୍ଯ୍ୟାଦେଶ ଦେବାକୁ ଚେଷ୍ଟା କରନ୍ତି ତେବେ ଆଗାମୀ ସପ୍ତାହରୁ ଘର ପାଇବାରୁ ବଂଚିତ ଲୋକମାନଙ୍କ ସହଯୋଗରେ ବିଜେପି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ଅଫିସ ଘେରାଉ ଠାରୁ ବିଧାନସଭା ଘେରାଉ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ । ଓଡିଶାର ଗରୀବ ଲୋକଙ୍କର ହକ୍‌କୁ କେହି ଅପହରଣ କରିବ, ଏହାକୁ ବିଜେପି ଆଦୌ ବରଦାସ୍ତ କରିବ ନାହିଁ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକଙ୍କ ପାଇଁ ଘର ଦେଉଥିବା ବେଳେ ରାଜ୍ୟ ସରକାର ଏଥିରେ ବ୍ୟାପକ ଅନିୟମିତତା କରିଛନ୍ତି । ଏହି ବିରୋଧରେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ସଦର ବ୍ଲକ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଚିଲିକାରେ, ଡେରାବିଶୀ ଓ ଗରଦପୁର ବ୍ଲକରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ବାବୁ ସିଂଙ୍କ ନେତୃତ୍ୱରେ ଭୁବନେଶ୍ୱର ବ୍ଲକ, କୁଜଙ୍ଗ ବ୍ଲକରେ ସଂପଦ ସ୍ୱାଇଁ, ତାଳଚେରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଭଟଲୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଶ୍ ଆଚାର୍ଯ୍ୟ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜ, କଂଟାବାଜୀରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ବୁଗୁଡା ବ୍ଲକ ସମେତ କଟକ ଜିଲ୍ଲାର ବାଂକୀ, ନିଆଳି, ବାରଙ୍ଗ, ଆଠଗଡ, କଂଟାମାଳ, ବାଲେଶ୍ୱର, ରେମୁଣା, ଅନୁଗୁଳ, ଯାଜପୁର, ପୁରୀ, ଗଂଜାମ, ଜଗତସିଂହପୁର, ଢେଙ୍କାନାଳ, ମୟୁରଭଂଜ, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, କନ୍ଧମାଳ, ନୟାଗଡ, କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking