29.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶମେଳାରେ ହେଲିକପ୍ଚର ରାଇଡ ବେଳେ ଖୋଲିଗଲା ଡୋର :ଅଳ୍ପକେ ବଞ୍ଚିଗଲେ ଶିଶୁ

ମେଳାରେ ହେଲିକପ୍ଚର ରାଇଡ ବେଳେ ଖୋଲିଗଲା ଡୋର :ଅଳ୍ପକେ ବଞ୍ଚିଗଲେ ଶିଶୁ

ଗୁଜୁରାଟ : ମେଳାରେ ଛୋଟ ପିଲାଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ହେଲିକପ୍ଚର ରାଇଡ ଚାଲିଥିବା ସମୟରେ ଖୋଲିଗଲା ଡୋର୍। ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲେ ଶିଶୁ। ଗୁଜୁରାଟର ବଡୋଦରାରେ ଟଳିଲା ବଡ଼ ବିପତ୍ତି।  କମ୍ପାଟମେଣ୍ଟର କବାଟ ଖୋଲିଯିବାରୁ ଦୁଇ ଶିଶୁ ରାଇଡର ଡୋରକୁ ଧରି ଅଟକି ରହିଥିବା ଭିଡିଓରୁ ସ୍ପଷ୍ଟ ଜଣା ପଡୁଛି। ତେବେ ସଙ୍ଗେ ସଙ୍ଗେ ରାଇଡଟିକୁ ଅଟକାଇ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପୁଲିସ ସମେତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହି ମେଳାକୁ ଶହ ଶହ ଲୋକ ଆସିଥିଲେ। ପିଲାଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଦୋଳି ଓ ରାଇଡ୍‌ ପିଡିଥିଲ। ଏତିକି ବେଳେ ହେଲିକପ୍ଟର ରାଇଡ୍‌ର ମଜା ନେବା ପାଇଁ ଅଧିକାଂଶ ପିଲା ବସିଥିଲେ। ତେବେ ଏହା ଆରମ୍ଭ ହେବାର ମାତ୍ର ୨୦ ସକେଣ୍ଡ ପରେ ପିଲାଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ହେଲିକପ୍ଚର ରାଇଡର କବାଟ ଖୋଲି ଯାଇଥିଲା। ଆଉ ଦୁଇ ଜଣ ପିଲା କବାଟ ଧରି ଝୁଲି ରହିଥିଲେ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ସଙ୍ଗେ ସଙ୍ଗେ ଏହାକୁ ବନ୍ଦ କରିଦିଆଯାଇଥିଲା।ବର୍ତ୍ତମାନ ମେଳାର ସମସ୍ତ ରାଇଡ ବନ୍ଦ କରାଯିବା ସହ ଘଟଣାର ଯାଞ୍ଚ କରୁଛି ପୁଲିସ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking