30.1 C
Bhubaneswar
Saturday, May 4, 2024
Homeଓଡିଶାଦଳୀୟ ମିଟିଂରେ ସଂରକ୍ଷଣ କଥା ଉଠାଇ ଓଡିଶାର ଜନତାଙ୍କୁ ଦିନବେଳେ ଲଣ୍ଠନ ଦେଖାଉଛି ବିଜେଡି:ପିଙ୍କି ପ୍ରଧାନ

ଦଳୀୟ ମିଟିଂରେ ସଂରକ୍ଷଣ କଥା ଉଠାଇ ଓଡିଶାର ଜନତାଙ୍କୁ ଦିନବେଳେ ଲଣ୍ଠନ ଦେଖାଉଛି ବିଜେଡି:ପିଙ୍କି ପ୍ରଧାନ

 ଦଳ ଏବଂ ସରକାର ଭିତରେ ଫରକକୁ ବୁଝି ନାହାଁନ୍ତି କି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ?
 ରାଜ୍ୟସରକାର ଓବିସି ଓ ଇଡବ୍ଲୁଏସ ସଂରକ୍ଷଣ ବ୍ୟବସ୍ଥା ଆଜି ପର‌୍ୟ୍ୟନ୍ତ ଲାଗୁ କରିନାହାଁନ୍ତି କାହିଁକି?
 କେନ୍ଦ୍ର ଓବିସି କମିଶନଙ୍କ ବାରମ୍ବାର ତାଗିଦ ପରେ ଗତ ଫେବୃଆରୀ ୨୦୨୦ରେ ଓବିସି କମିଶନ ଗଠନ କରି
କେବଳ ଔପଚାରିକତା ପୂରଣ କରିଛନ୍ତି ରାଜ୍ୟ ସରକାର
 ନିଜର ରାଜନୈତିକ ସ୍ୱାର୍ଥକୁ ଭୁଲି ଓବିସି ଓ ପଛୁଆ ବର୍ଗ ଲୋକଙ୍କୁ ସଂରକ୍ଷଣ ଦେଇ ସେମାନଙ୍କୁ ସେମାନଙ୍କର
ଅଧିକାର ପ୍ରଦାନ କରନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର : ଓଡିଶାରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ନେଇ ବିଜୁ ଜନତା ଦଳର ଦଳୀୟ ବୈଠକରେ
ରିଜଲ୍ୟୁସନ ପାସ ହୋଇଛି ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ କରି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି । ଜଣେ ଜ୍ଞାନୀ ଗୁଣୀ
ଲୋକ ହୋଇ ଦଳ ଏବଂ ସରକାର ଭିତରେ ଫରକକୁ ଡ. ସସ୍ମିତ ପାତ୍ର ବୁଝି ନାହାଁନ୍ତି କି ସବୁ ଜାଣି ଅଜଣା ହେଉଛନ୍ତି ବୋଲି ବିଜେପି
ରାଜ୍ୟ ସଂପାଦିକା ଶ୍ରୀମତୀ ପିଙ୍କି ପ୍ରଧାନ ପ୍ରଶ୍ନ କରିଛନ୍ତି ।
ମଣ୍ଡଳ କମିଶନ ସୁପାରିଶ ପରେ ଦେଶରେ ଓବିସି ସଂରକ୍ଷଣ ଲାଗୁ ହୋଇସାରିଛି । କେନ୍ଦ୍ର ସରକାର ଏହି ସଂରକ୍ଷଣ ବ୍ୟବସ୍ଥା
ଲାଗୁ କରିଥିବାବେଳେ ଅନ୍ୟ ରାଜ୍ୟ ଗୁଡିକ ମଧ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ସେହିପରି ମୋଦି ସରକାର ଦେଶରେ ଆର୍ଥିକ
ଦୃଷ୍ଟିରୁ ଦୁର୍ବଳ ସାଧାରଣ ବର୍ଗ (ଇଡବ୍ଲୁଏସ)ଙ୍କ ପାଇଁ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ନିମନ୍ତେ ୧୦ ପ୍ରତିଶତ ସଂରକ୍ଷଣ
ବ୍ୟବସ୍ଥା ଲାଗୁ କରିଛନ୍ତି । କିନ୍ତୁ ରାଜ୍ୟସରକାର ଓବିସି ଓ ଇଡବ୍ଲୁଏସ ସଂରକ୍ଷଣ ବ୍ୟବସ୍ଥା ଆଜି ପର‌୍ୟ୍ୟନ୍ତ ଲାଗୁ କରିନାହାଁନ୍ତି । ଏବେ
ଦଳୀୟ ମିଟିଂରେ ସଂରକ୍ଷଣ କଥା ଉଠାଇ ଓଡିଶାର ଜନତାଙ୍କୁ ଦିନବେଳେ ଲଣ୍ଠନ ଦେଖାଇବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀମତୀ
ପ୍ରଧାନ କହିଛନ୍ତି ।
ଓଡିଶାରେ ଓବିସି ଓ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବା ଲାଗି ଅନେକ ଦିନରୁ ଦାବି ହେଉଛି । କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ
ଓବିସି ମାନଙ୍କୁ ସଂରକ୍ଷଣ ଦେବା ପାଇଁ ଅନେକ ଥର ମୁଖ୍ୟମବୀଙ୍କୁ ଅନୁରୋଧ କରିଛନ୍ତି । ସେହିପରି ପୂର୍ବରୁ କେନ୍ଦ୍ର ଓବିସି କମିଶନଙ୍କ
ବାରମ୍ବାର ତାଗିଦ ପରେ ଗତ ଫେବୃଆରୀ ୨୦୨୦ରେ ରାଜ୍ୟ ସରକାର ଓବିସି କମିଶନ ଗଠନ କରି କେବଳ ଔପଚାରିକତା ପୂରଣ
କରିଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ସଂରକ୍ଷଣ ନଦେଇ କେବେଳ ଭାଷଣ ବାଜି କରି ସେମାନଙ୍କ କଟା ଘା’ ରେ ଚୂନ ମାରୁଛନ୍ତି ।
ସଂରକ୍ଷଣ ଦେଲେ କାଳେ ମୋଦି ସରକାର ନାଁ ନେଇଯିବେ ସେହି ଭୟରେ ବିଜେଡି ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରୁନାହିଁ ।
ନିଜର ରାଜନୈତିକ ସ୍ୱାର୍ଥକୁ ଭୁଲି ଓବିସି ଓ ପଛୁଆ ବର୍ଗ ଲୋକଙ୍କୁ ସଂରକ୍ଷଣ ଦେଇ ସେମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବା
ପାଇଁ ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି ।
ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking