31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗପଇସା ମାଗିବାରୁ ପାନ ଦୋକାନୀ ଉପରକୁ ଚଢାଇ ଦେଲେ କାର୍‌

ପଇସା ମାଗିବାରୁ ପାନ ଦୋକାନୀ ଉପରକୁ ଚଢାଇ ଦେଲେ କାର୍‌

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବାଜପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାନ ଦୋକାନ କରିଥିବା ଜଣେ ଦୋକାନୀ ସିଗାରେଟ ପଇସା ମାଗିବାରୁ ତାଙ୍କ ଉପରେ କାର୍ ଚଢାଇ ଦିଆଯାଇଥିବା ସୂଚନା ମିଳିଛି । ଜଣେ କନେଷ୍ଟବଳ ଏମିତି କାଣ୍ଡ କରିଥିବା ଜଣାପଡିଛି । ଏହାସହିତ ମୃତକଙ୍କ ସଂପର୍କୀୟ ଭାଇ ଓ ବନ୍ଧୁ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ପରେ ତାଙ୍କୁ ହଲଦ୍ୱାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗ୍ରାମବାସୀ ଶବରଖି ରାସ୍ତା ଅବରୋଧ ମଧ୍ୟ କରିଥିଲେ । ପରିସ୍ଥିତି ଜଟିଳ ହେବାରୁ ପାଖ ଥାନା ସମେତ ନୈନିତାଲ ଜିଲ୍ଲାରୁ ମଧ୍ୟ ପୁଲିସ ଫୋର୍ସ ଡକାଯାଇଥିଲା । ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ କନେଷ୍ଟବଳଙ୍କ ସହିତ ଅନ୍ୟ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ରାତି ପ୍ରାୟ ସାଢେ ୧୦ଟା ସମୟରେ ପାନ ଦୋକାନୀ ଗୌରବ ରୁହେଲା ଜିନିଷ ପତ୍ର ଦୋକାନ ଭିତରେ ରଖୁଥିଲେ । ପାଖରେ ତାଙ୍କ ସଂପର୍କୀୟ ଭାଇ ବିଶାଲ ରୁହେଲା, ଶିବମ୍ ରୁହେଲାଙ୍କ ସହ ବନ୍ଧୁ ଅଜୟ ଯାଦବ ଛିଡା ହୋଇଥିଲେ । ସେହି ସମୟରେ ନୈତାନ କନେଷ୍ଟବଲ ପ୍ରବୀଣ କୁମାର ନିଜ ଶଳା ଜୀବନ ଓ ବନ୍ଧୁ ଗୌରବ ରାଠୋରକୁ ନେଇ ପହଂଚିଥିଲେ । ଅଭିଯୋଗ ରହିଛି ଯେ, ସେମାନେ ସିଗାରେଟ ନେଇ ପଇସା ଦେଇନଥିଲେ । ପଇସା ମାଗିବା ପରେ କାର ଭିତରେ ଥିବା କନେଷ୍ଟବଲ ଓ ତାଙ୍କ ବନ୍ଧୁ ଗାଳିଗୁଲଜ ସହ ମାରପିଟ ଧମକ ଦେଇଥିଲେ । ଯାହାକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ଉଗ୍ର ରୂପ ଧାରଣ କରି କାରରେ ଥିବା କନେଷ୍ଟବଲ ଗୌରବ ରୁହେଲାଙ୍କ ଉପରେ ପଛପଟୁ କାର ଚଢାଇ ଦେଇଥିଲେ । ଏଥିରେ ଗୌରବ ଛଡା ତାର ସଂପର୍କୀୟ ଭାଇ ବିଶାଲ ରୁହେଲା, ଶିବମ ରୁହେଲା ଓ ବନ୍ଧୁ ଅଜୟ ଯାଦବ ଆହତ ହୋଇଥିଲେ । ମେଡିକାଲ ନେବା ବାଟରେ ଗୌରବର ମୃତ୍ୟୁ ହୋଇଥିଲା । ପରେ କନେଷ୍ଟବଲ ନିଜ ବନ୍ଧୁଙ୍କ ସହ ସେହିସ୍ଥାନରୁ ଫେରାର ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking