40.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଡିସେମ୍ବର ସୁଦ୍ଧା ୨୫୭ କୋଟି ଟିକା

ଡିସେମ୍ବର ସୁଦ୍ଧା ୨୫୭ କୋଟି ଟିକା

ନୂଆଦିଲ୍ଲୀ: ଦିଲ୍ଲୀ ରାମ ମନୋହର ଲୋହିୟା ହସ୍ପିଟାଲ ଟିକାକରଣ କେନ୍ଦ୍ର ବୁଲିଛନ୍ତି ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଟିକାକରଣ କେନ୍ଦ୍ର ବୁଲି ଦେଖିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ସାମିଲ ରହିଛନ୍ତି । ଡିସେମ୍ବର ସୁଦ୍ଧା ୨୫୭ କୋଟି ଡୋଜ୍ ଟିକା ଉତ୍ପାଦନ ଲକ୍ଷ୍ୟ ବୋଲି ନଡ୍ଡା କହିଛନ୍ତି । ଡିସେମ୍ବର ସୁଦ୍ଧା ଭାରତରେ ୨୫୭ କୋଟି ଟିକା  ଉତ୍ପାଦନ ଲକ୍ଷ୍ୟ ରହିଛି । ଜୁନରେ ୧୦ କୋଟି, ଜୁଲାଇରେ ୧୭ କୋଟି, ଅଗଷ୍ଟରେ ୧୯ କୋଟି ଲକ୍ଷ୍ୟ ରହିଛି  । ସେପ୍ଟେମ୍ବରରେ ୪୨, ନଭେମ୍ବରରେ ୫୬ ଓ ଡିସେମ୍ବରରେ ୫୯ କୋଟି ଲକ୍ଷ୍ୟ ରହିଛି । ତେଣୁ ଡିସେମ୍ବର ସୁଦ୍ଧା ସାରା ଦେଶବାସୀଙ୍କୁ ଟିକାକରଣ କରାଯିବ । ଟିକା ପାଇଁ ସମାଲୋଚନା କରୁଥିବା ବିରୋଧୀଙ୍କୁ ନଡ୍ଡା ଟାର୍ଗେଟ କରି କହିଛନ୍ତି, ସମାଲୋଚନା କରୁଥିବା ଦଳମାନେ ଏବଂ ସ୍ୱୟଂ କ୍ୱାରେଣ୍ଟିନକୁ ଗଲେଣି । କିଛି କିଛି ଦଳର ଅବସ୍ଥା ଏମିତି ଯେ, ସେମାନେ ଆଇସିୟୁକୁ ଚାଲି ଗଲେଣି । ଭ୍ୟାକ୍ସିନ ଯୁକ୍ତ-କରୋନା ମୁକ୍ତ ଭାରତ ପାଇଁ ଆମେ ବଦ୍ଧ ପରିକର ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking