38.1 C
Bhubaneswar
Saturday, April 20, 2024
Homeକରୋନାଜରୁରୀ ନୁହେଁ ଆଗୁଆ ପଞ୍ଜୀକରଣ, ଦିନକୁ ଦିଆଯିବ ୫୦ଲକ୍ଷ ଟିକା

ଜରୁରୀ ନୁହେଁ ଆଗୁଆ ପଞ୍ଜୀକରଣ, ଦିନକୁ ଦିଆଯିବ ୫୦ଲକ୍ଷ ଟିକା

ନୂଆଦିଲ୍ଲୀ: ଆଜି ଠାରୁ ଦେଶରେ ନୂଆ କରୋନା ଟିକାକରଣ ନୀତି ଲାଗୁ କରାଯାଇଛି ।  ନୂଆ ନୀତି ଅନୁଯାୟୀ ଟିକା ନେବା ଲାଗି କୋ-ୱିନ ଆପ୍‌ରେ ଆଗୁଆ ନାମ ପଞ୍ଜୀକରଣ କିମ୍ବା ସମୟ ଧାର୍ଯ୍ୟ (ସ୍ଲଟ୍‌ ବୁକିଂ)ର ଆବଶ୍ୟକତା ନାହିଁ। ହତାଧିକାରୀ ଟିକାକେନ୍ଦ୍ରକୁ ଯାଇ ସେଠାରେ ନାମ ପଞ୍ଜୀକରଣ କରି ଟିକା ନେଇ ପାରିବେ। ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ନାଗରିକଙ୍କ ପାଇଁ ଏହି ନୀତି ଲାଗୁ କରାଯାଇଛି। ସେହିପରି କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ। ୧୮ରୁ ୪୪ବର୍ଷର ନାଗରିକଙ୍କ ଟିକା ବାବଦ ଖର୍ଚ୍ଚ ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ ନାହିଁ। ଜୁନ୍ ୭ରେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ଅନ୍ୟପଟେ ଦେଶରେ ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଆଜି ଠାରୁ ଦୈନିକ ୫୦ଲକ୍ଷ ପାନ ଟିକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଏପ୍ରିଲ ୬ରେ ଗୋଟିଏ ଦିନରେ ସର୍ବାଧିକ ୪୩ଲକ୍ଷ ପାନ ଟିକାକରଣ କରାଯାଇଥିଲା। ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking