ଶ୍ରୀମତୀ ମମତା ମହନ୍ତଙ୍କ ବିଜେପିରେ ଯୋଗଦାନକୁ ସ୍ୱାଗତ କରୁଛୁ
କୁଡୁମି ସଂପ୍ରଦାୟର ଭାଇଭଉଣୀଙ୍କୁ ନ୍ୟାୟ ଦେଇ ନାହିଁ ବିଜେଡି
ଭୋଟବ୍ୟାଂକ ଭାବେ ବ୍ୟବହାର କରି ନିଜ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିଛି ବିଜେଡି
କିଛି ହାତଗଣତି ନେତାଙ୍କ ଦ୍ୱାରା ପରିଚାଳିତ ବିଜେଡି ଦ୍ୱାରା କୁଡୁମି ସଂପ୍ରଦାୟର ଭାଇଭଉଣୀଙ୍କ ଆତ୍ମସମ୍ମାନ ଓ ସ୍ୱାଭୀମାନକୁ ଜଳାଞ୍ଜଳୀ ଦିଆଯାଇଛି
ସଂଗଠନ ଆହୁରି ସୁଦୃଢ ହେବ
ଭୁବନେଶ୍ୱର, : ପୂର୍ବତନ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । କୁଡୁମୀ ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀମତୀ ମହନ୍ତଙ୍କ ଯୋଗଦାନ କାରଣରୁ ବିଜେପିର ସଂଗଠନ ଆହୁରି ସୁଦୃଢ ହେବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ।
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ରାଜ୍ୟରେ ଭାରତୀୟ ଜନତା ପାର୍ଟୀ ସରକାର ଗଠନ କରିଛି । ପ୍ରଧାନମନ୍ତ୍ରୀ ମୋଦିଜୀ ଏବଂ ବିଜେପି ପ୍ରତି ଓଡିଶାବାସୀଙ୍କ ଆସ୍ଥା ରହିଛି । ଗତ ନିର୍ବାଚନରେ ଓଡିଶାରୁ ୨୦ଟି ସାଂସଦ ଜୟଲାଭ କରିଛନ୍ତି । ରାଜ୍ୟରେ ଏକ ଦୁର୍ନୀତିମୁକ୍ତ, ଭ୍ରଷ୍ଟାଚାରମୁକ୍ତ ଏବଂ ସୁଶାସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଶୃତିବଦ୍ଧ । ଗତ ୨୪ ବର୍ଷର ବିଜେଡି ଶାସନରେ ଓଡିଶାର ବିକାଶ ବାଧାପ୍ରାପ୍ତ ହୋଇଛି । କୁଡୁମି ସଂପ୍ରଦାୟର ଭାଇଭଉଣୀଙ୍କୁ ନ୍ୟାୟ ଦେଇ ନାହିଁ ବିଜେଡି । ବରଂ କେବଳ ଭୋଟବ୍ୟାଂକ ଭାବେ ବ୍ୟବହାର କରି ନିଜ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିଛି ବିଜେଡି । କିଛି ହାତଗଣତି ନେତାଙ୍କ ଦ୍ୱାରା ପରିଚାଳିତ ବିଜେଡି ଦ୍ୱାରା କୁଡୁମି ସଂପ୍ରଦାୟର ଭାଇଭଉଣୀଙ୍କ ଆତ୍ମସମ୍ମାନ ଓ ସ୍ୱାଭୀମାନକୁ ଜଳାଞ୍ଜଳୀ ଦିଆଯାଇଛି । ବିଜେଡିର ମନ୍ଦ ଉଦ୍ଦେଶ୍ୟକୁ ବୁଝି ସାରିଥିବା କୁଡୁମି ସଂପ୍ରଦାୟ ଆଜି ଉଚିତ୍ ଜବାବ୍ ଦେଇଛି । ଶ୍ରୀମତୀ ମହନ୍ତ ନିଜ ଆଡୁ ବିଜେପିରେ ସାମିଲ ହୋଇଛନ୍ତି । ଅନ୍ୟ ପଟେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ବିଜେପି ଉପରେ ମିଥ୍ୟାରୋପ କରୁଛି ବିଜେଡି । ରାଜ୍ୟ ତଥା ଦେଶର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ସମସ୍ତଙ୍କ ପାଇଁ ବିଜେପିର ଦ୍ୱାର ସବୁ ସମୟ ଖୋଲା ରହିଛି । ଶ୍ରୀମତୀ ମହନ୍ତଙ୍କ ବିଜେପିରେ ଯୋଗଦାନକୁ ସ୍ୱାଗତ କରୁଛୁ ବୋଲି ଶ୍ରୀ ଟୁଡୁ କହିଛନ୍ତି ।