ହତ୍ୟାକାଣ୍ଡ ପରେ ଦିଲ୍ଲୀରେ ବସିଥିବା ମାଲିକଙ୍କ ସୁରକ୍ଷାରେ ଓଡ଼ିଶାରୁ ଖସି ପଳାଇଥିଲେ
ଗିରଫ ଭୟରେ ପୁଲିସ ଆଗରେ କାନ୍ଦିଥିଲେ, ଶୌଚାଳୟ ଭିତରେ ଲୁଚିଥିଲେ
ମନମୋହନ ବାବୁ ଏଭଳି କଳଙ୍କିତ ମୁଖପାତ୍ରଙ୍କୁ ସହ୍ୟ କରୁଛନ୍ତି କିପରି?
ଭୁବନେଶ୍ୱର, : ହତ୍ୟା ଘଟଣାଠୁ ଆରମ୍ଭ କରି ସବୁପ୍ରକାର ଗୋଲକଧନ୍ଦାରେ ସଂପୃକ୍ତ ରାଜ୍ୟ ବିଜେପିର ଜଣେ ମୁଖପାତ୍ରଙ୍କ ଉପରେ ଆଜି ବର୍ଷିଛି ବିଜେଡି । ଗତକାଲି ଦିଲ୍ଲୀରେ ଥିବା ତାଙ୍କ ମାଲିକଙ୍କ ନିର୍ଦ୍ଦେଶରେ ସେ ପୋଷା କୁକୁର ଭଳି ଯେପରି ଭୁକିଛନ୍ତି, ତାହା ଦେଖି ତାଙ୍କ ନିଜ ଦଳର ନେତାମାନେ ମଧ୍ୟ ଲଜ୍ଜିତ ଓ ବିସ୍ମିତ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ଏଭଳି କଳଙ୍କିତ ଚରିତ୍ରକୁ କିପରି ଜଣେ ମୁଖପାତ୍ର ଭାବେ ଏଯାଏ ସହ୍ୟ କରୁଛନ୍ତି ବୋଲି ବିଜେଡିର ଗଣମାଧ୍ୟମ ପ୍ରବକ୍ତା ଇପ୍ସିତା ସାହୁ ପ୍ରଶ୍ନ କରିଛନ୍ତି ।
ଏକ ପ୍ରେସ ବିବୃତିରେ ଶ୍ରୀମତୀ ସାହୁ କହିଛନ୍ତି ଯେ ନିଜକୁ ରାଜ୍ୟ ବିଜେପିର ବରିଷ୍ଠ ନେତା ବୋଲାଉଥିବା ଏହି ବ୍ୟକ୍ତି ଜଣକଙ୍କ ପ୍ରକୃତ ଚରିତ୍ର କ’ଣ ତାହା କାହାକୁ ଅଛପା ନାହିଁ । ଛତ୍ରପୁର ହତ୍ୟା ଘଟଣାରେ ସଂପୃକ୍ତି ବିଷୟ ପଦାକୁ ଆସିଲା ପରେ ସେ ଦିଲ୍ଲୀରେ ବସିଥିବା ତାଙ୍କ ନେତାଙ୍କ ସୁରକ୍ଷାରେ ଏଠାରୁ ଖସି ପଳାଇଥିଲେ । ଆଉ ଗିରଫ ଭୟରେ ମୂଷା ଭଳି ଯାଇ ରାଜ୍ୟ ବାହାରେ ଲୁଚିଥିଲେ ।
ଖାଲି ହତ୍ୟା ଘଟଣା ନୁହେଁ, ମହିଳାଙ୍କୁ ଅସଦାଚରଣ ଆଦି କୁକର୍ମରେ ଲିପ୍ତ ବିଜେପିର ଏହି ମୁଖପାତ୍ରଙ୍କ କଳଙ୍କିତ ଚରିତ୍ର ବିଷୟରେ ସମସ୍ତେ ଅବଗତ । ମଜା କଥା ହେଲା, ଯେତେବେଳେ ଛତ୍ରପୁର ହତ୍ୟା ଘଟଣାରେ ଏହି ବିଜେପି ନେତାଙ୍କୁ ପୁଲିସ ଜେରା ପାଇଁ ଡାକିଥିଲା, ସେ ସଂପୃକ୍ତ ପୁଲିସ ଅଫିସରଙ୍କ ଆଗରେ ଭୋଭୋ ହୋଇ କାନ୍ଦିଥିଲେ । ତାଙ୍କୁ ଛାଡ଼ିଦେବାକୁ ପୁଲିସ ଅଫିସରଙ୍କ ଗୋଡ଼ ବି ଧରିଥିଲେ । କାଳେ ପୁଲିସ ତାଙ୍କୁ ଗିରଫ କରିବ, ସେଥିପାଇଁ ସେ ଟଏଲେଟ ଭିତରେ ପଶିଯାଇ ଘଌକ୍ଷଗ୍ଧ;ାଏ କାଳ କବାଟ ବନ୍ଦ କରି ରହିଥିଲେ । ଯେତେ ସମୟ ପର୍ଯ୍ୟନ୍ତ ପୁଲିସ ତାଙ୍କୁ ଛାଡ଼ିଦେବ ବୋଲି ପ୍ରତିଶ୍ରୁତି ନ ଦେଉଛି, ସେତେବେଳ ଯାଏ ସେ କବାଟ ଖୋଲିବେ ନାହିଁ ବୋଲି କାକୁତିମିନତି ହୋଇଥିଲେ ।
ଶ୍ରୀମତୀ ସାହୁ ଆହୁରି ପ୍ରଶ୍ନ କରିଛନ୍ତି ଯେ ଯାବତୀୟ କୁକର୍ମରେ ସଂପୃକ୍ତ ଏଭଳି ଜଣେ କଳଙ୍କିତ ଚରିତ୍ରକୁ ଦିଲ୍ଲୀରେ ବସିଥିବା ବିଜେପିର ବଡ଼ନେତା ରାଜ୍ୟ ବିଜେପିର ମୁଖପାତ୍ର ରଖିବା ପଛରେ କି ରହସ୍ୟ ରହିଛି? ମନମୋହନ ବାବୁଙ୍କ ଭଳି ଜଣେ ଭଦ୍ର ବ୍ୟକ୍ତି ଏତେଦିନ ହେଲା ଏଭଳି ଜଣେ ମୁଖପାତ୍ରଙ୍କୁ କିପରି ସହ୍ୟ କରୁଛନ୍ତି, ତାହା ଆମକୁ ବିସ୍ମିତ କରିଛି ।