28.1 C
Bhubaneswar
Saturday, June 14, 2025
Homeଓଡିଶାଧର୍ମେନ୍ଦ୍ରଙ୍କ ଗୋଷ୍ଠି ନବ ଦାସ ହତ୍ୟା ଘଟଣାରେ ମନଗଢା ଅଭିଯୋଗ କରୁଛନ୍ତି: ବିଜେଡି

ଧର୍ମେନ୍ଦ୍ରଙ୍କ ଗୋଷ୍ଠି ନବ ଦାସ ହତ୍ୟା ଘଟଣାରେ ମନଗଢା ଅଭିଯୋଗ କରୁଛନ୍ତି: ବିଜେଡି

 ସମ୍ବେଦନଶୀଳ ଘଟଣାରେ ମିଥ୍ୟା ଅଭିଯୋଗକୁ ବିଜେଡିର ନାପସନ୍ଦ
 ଏଭଳି ଅପପ୍ରଚାରର ଜବାବ ଝାରସୁଗୁଡାବାସୀ ଦେଇଛନ୍ତି
 ତଥ୍ୟ ଥିଲେ ତଦନ୍ତକାରୀ ସଂସ୍ଥା କିମ୍ବା ଅଦାଲତକୁ ଯିବାକୁ ପରାମର୍ଶ
ଭୁବନେଶ୍ୱର, : ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡିଶା ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠି ସ୍ୱର୍ଗତ ନବ କିଶୋର ଦାସଙ୍କ ହତ୍ୟା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାରେ ମିଥ୍ୟା ଏବଂ ମନଗଢା ଅଭିଯୋଗ ଆରୋପ କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ।
ବିଜେଡି ମୁଖପାତ୍ର ଡକ୍ଟର ମହାନ୍ତି ଏକ ବିବୃତ୍ତିରେ କହିଛନ୍ତି ଯେ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଶସ୍ତା ରାଜନୀତି କରିବା ଯୋଗୁଁ ଝାରସୁଗୁଡାବାସୀ ଉପନିର୍ବାଚନରେ ଏହାର ଉପଯୁକ୍ତ ଉତ୍ତର ଦେଇଥିଲେ ।
ଏଭଳି ଉଦ୍ଦେଶ୍ୟ ପ୍ରଣୋଦିତ ବିବୃତ୍ତିର ଜବାବ ଦେବାରେ ବିଜେଡି ବିଶ୍ୱାସ କରେ ନାହିଁ । ବିଜେଡି ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ଯଦି ଆପଣଙ୍କ ନିକଟରେ କୌଣସି ତଥ୍ୟ କିମ୍ବା ସୂଚନା ଅଛି, ତେବେ ଏଭଳି ମନଗଢା ବିବୃତ୍ତି ଦେବା ବଦଳରେ ତାହାକୁ ତଦନ୍ତକାରୀ ସଂସ୍ଥା କିମ୍ବା ମାନ୍ୟବର ଅଦାଲତଙ୍କ ନିକଟରେ ଦାଖଲ କରନ୍ତୁ ବୋଲି ଡକ୍ଟର ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking