30.1 C
Bhubaneswar
Monday, June 17, 2024
Homeଓଡିଶାହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର: ବିଜେଡି

ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର: ବିଜେଡି

  ଆସାମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର ଭାବରେ ସୁପରିଚିତ
 ନିଜ ରାଜ୍ୟକୁ ଦେବାଳିଆ କରିସାରିଛନ୍ତି, ଓଡ଼ିଶାକୁ ଆସି ବିତ୍ତୀୟ ବ୍ୟବସ୍ଥା ବିଷୟରେ ଟ୍ୟୁସନ ନିଅନ୍ତୁ
 ତାଙ୍କ ରାଜ୍ୟରେ ବେକାରି ସମସ୍ୟା ଅତ୍ୟନ୍ତ ଉତ୍କଟ
 ତାଙ୍କର ଓଡ଼ିଶାକୁ ଆସିବା ଦ୍ୱାରା ବିଜେପିର ପ୍ରାର୍ଥୀମାନେ ଶୋଚନୀୟ ପରାଜୟ ବରଣ କରିବେ
ଭୁବନେଶ୍ୱର, : ଆସାମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ରାଜନୀତିରେ ଜଣେ ଜୋକର ଭାବରେ ସୁପରିଚିତ । ଯେତେବେଳେ ସେ ମୁହଁ ଖୋଲନ୍ତି, ସେ ଆବର୍ଜନା ହିଁ କୁହନ୍ତି । ଆସାମରେ ମଧ୍ୟ କେହି ତାଙ୍କୁ ଗୁରୁତ୍ୱର ସହ ନିଅନ୍ତି ନାହିଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡ଼ି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର ।
ଡ. ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ଚିଟଫଣ୍ଡ କେସ୍‌ରେ ଜଡ଼ିତ ଅଛି । ସେ ତାଙ୍କ ରାଜ୍ୟକୁ ଦେବାଳିଆ କରିସାରିଲେଣି ଏବଂ ତାଙ୍କର ରାଜ୍ୟର ଋଣଭାର ବହୁତ ବେଶୀ । ଅପରପକ୍ଷରେ ବିତ୍ତୀୟ ବ୍ୟବସ୍ଥା ପରିଚାଳନାରେ ଓଡ଼ିଶା ଭାରତବର୍ଷରେ ସର୍ବୋତ୍କୃଷ୍ଟ ରାଜ୍ୟ ସୁପରିଚିତ । ଏହି ବିଷୟରେ ସେ ଓଡ଼ିଶା ଆସି ଟ୍ୟୁସନ ନେଲେ ଭଲ ହୁଅନ୍ତା ।
ସେ ଆହୁରି କହିଛନ୍ତି, ତାଙ୍କ ରାଜ୍ୟର ଯୁବକମାନେ ରାଜରାସ୍ତାରେ ଚାକିରି ପାଇଁ ହାହାକାର କରୁଛନ୍ତି ଏବଂ ବେକାରି ସମସ୍ୟା ଅତ୍ୟନ୍ତ ଉତ୍କଟ । ସ୍ୱାସ୍ଥ୍ୟସେବା ମଧ୍ୟ ଅତ୍ୟନ୍ତ ବିପର୍ଯ୍ୟସ୍ତ ତାଙ୍କ ରାଜ୍ୟରେ । ସେ ନିଜକୁ ହାସ୍ୟାସ୍ପଦ ସ୍ଥିତିକୁ ନେଇଆସିଛନ୍ତି ଏବଂ ତାଙ୍କର ବକ୍ତବ୍ୟ ମଧ୍ୟ ହାସ୍ୟାସ୍ପଦ । ଆମେ ଆଶା କରୁଛୁ ଭାରତୀୟ ଜନତା ପାର୍ଟି ତାଙ୍କୁ ଓଡ଼ିଶାକୁ ଆହୁରି ପ୍ରଚାର ପାଇଁ ପଠାଉ, କାରଣ ତାଙ୍କର ଆସିବା ଦ୍ୱାରା ଓଡ଼ିଶା ବିଜେପି ପ୍ରାର୍ଥୀ ମାନଙ୍କର ପରାଜୟ ଆହୁରି ବିପୁଳ ବ୍ୟବଧାନରେ ହେବ ବୋଲି ସେ ସୁନିଶ୍ଚିତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking