ଭୁବନେଶ୍ୱର : ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ତ୍ରେତୟା ଯୁଗରେ ରାବଣର ଅତ୍ୟାଚାର ସମାପ୍ତ କରିବା ପାଇଁ ତଥା ଧର୍ମର ପୁନଃସ୍ଥାପନା ପାଇଁ ଭଗବାନ ଶ୍ରୀ ବିଷ୍ନୁ ମୃତ୍ୟୁ ଲୋକରେ ଶ୍ରୀରାମଙ୍କ ବେଶରେ ଅବତାର ନେଇଥିଲେ । ଶ୍ରୀରାମ ଚନ୍ଦ୍ରଜୀ ଚୈତ୍ର ଶୁକ୍ଲପକ୍ଷ ନବମୀ ତିଥିକୁ ପର୍ନବସୁ ନକ୍ଷତ୍ର ତଥା କର୍କଟ ଲଗ୍ନରେ ରାଣୀ କୌଷଲ୍ୟାଙ୍କ ଗର୍ଭରୁ ରାଜା ଦଶରଥଙ୍କ ଘରେ ଅଯୋଦ୍ଧାରେ ଜନ୍ମ ହୋଇଥିଲେ । ଏଥିପାଇଁ ଅଯୋଦ୍ଧାକୁ ପୁନ୍ୟ ନଗରୀ କୁହାଯାଇଥାଏ ।
ମହାକାବ୍ୟ ରାମାୟଣ ଅନୁସାରେ ଅଯୋଦ୍ଧାର ରାଜା ଦଶରଥ ଙ୍କର ୩ ଜଣ ପତ୍ନୀ ଥିଲେ । ପୁତ୍ର ପାପ୍ତି ପାଇଁ ରାଜା ଦଶରଥ ଋଷି ବଶିଷ୍ଠଙ୍କ ପରାମର୍ଶ ଅନୁସାରେ କମିଷ୍ଠି ଯଜ୍ଞର ଆୟୋଜନ କରିଥିଲେ । ଏହି ଯଜ୍ଞ ମହର୍ଷି ସ୍ୱରାଙ୍ଗାଙ୍କ ଦ୍ୱାରା କରାଯାଇଥିଲା । ଜଜ୍ଞ ସମାପ୍ତି ପରେ ମହର୍ଷି ଦଶରଥ ତାଙ୍କ ୩ ଜଣ ପତ୍ନୀଙ୍କୁ ଗୋଟିଏ ଗୋଟିଏ ପାତ୍ରରେ ଖିରୀ ଖାଇବାକୁ ଦେଇଥିଲେ । ଖିରୀ ଖାଇବାର କିଛି ମାସ ମଧ୍ୟରେ ୩ ରାଣୀ ଗର୍ଭବତୀ ହୋଇଥିଲେ । ଏହାର ଠିକ ୯ ମାସ ପରେ ରାଜା ଦଶରଥଙ୍କ ପ୍ରଥମ ରାଣୀ କୌଶଲ୍ୟା, ଭଗବାନ ଶ୍ରୀରାମଙ୍କୁ ଜନ୍ମ ଦେଇଥିଲେ । ଶ୍ରୀରାମ ଭଗବାନ ବିଷ୍ନୁଙ୍କ ସପ୍ତମ ଅବତାର ଥିଲେ । ଏହାପରେ ରାଣୀ କୈକେୟୀ ଭରତଙ୍କୁ ଓ ରାଣୀ ସୁମିତ୍ରା ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଇଥିଲେ ।
ଭଗବାନ ରାମଙ୍କ ଜନ୍ମ ପୃଥିବୀରେ ଦୁଷ୍ଟ ପ୍ରାଣୀଙ୍କ ବିନାଶ ପାଇଁ ହୋଇଥିଲା । ଭଗବାନ ରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ । କାରଣ ସେ ନିଜ ଜୀବନ କାଳ ମଧ୍ୟରେ ଅନେକ କଷ୍ଟ ସହି ମର୍ଯ୍ୟାଦା ଜୀବନର ସର୍ବଶ୍ରେଷ୍ଠ ଉଦାହରଣ ପ୍ରସ୍ତୁତ କରିଛନ୍ତି । ସେ ବିପରୀତ ପରିସ୍ଥିତିରେ ମଧ୍ୟ ନିଜ ଆଦର୍ଶକୁ ତ୍ୟାଗ କରିନଥିଲେ ଏବଂ ମର୍ଯ୍ୟାଦାରେ ରହି ଜୀବନ ବ୍ୟତୀତ କରିଥିଲେ । ତେଣୁ ତାଙ୍କୁ ଉତ୍ତମ ପୁରୁଷର ସ୍ଥାନ ଦିଆଯାଇଥାଏ । ହିନ୍ଦୁ ଧର୍ମରେ ରାମ ନବମୀ ଦିନ ପୂଜା କରାଯାଇ୍ଥାଏ । ଏହି ପର୍ବ ସମଗ୍ର ଭାରତରେ ଆସ୍ଥା ଓ ଶ୍ରଦ୍ଧାର ସହ ମନାଯାଇଥାଏ ।