27.1 C
Bhubaneswar
Friday, March 29, 2024
Homeଓଡିଶାପିପିଲି ଉପନିର୍ବାଚନ : ଘୋଷଣା ହେବ ସାନି ବିଜ୍ଞପ୍ତି

ପିପିଲି ଉପନିର୍ବାଚନ : ଘୋଷଣା ହେବ ସାନି ବିଜ୍ଞପ୍ତି

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ସ୍ଥିଗିତ ସମ୍ପର୍କରେ ସିଇଓଙ୍କ ପ୍ରେସ୍‌ମିଟ୍ । କଂଗ୍ରେସ୍ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ୍‌ଙ୍କ ଦେହାନ୍ତ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଛି । ପିପିଲି ଉପନିର୍ବାଚନ ପାଇଁ ହେବ ସାନି ବିଜ୍ଞପ୍ତି । ଏ ନେଇ ରିଟର୍ଣ୍ଣି ଅଫିସର୍ ନିର୍ବାଚନକୁ ସ୍ଥିଗିତ ରଖିଛନ୍ତି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ବାଚନ କମିଶନ ଭୋଟ୍ ଗ୍ରହଣ େନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବେ ନିର୍ବାଚନ କିମିଶନର । ନିର୍ବାଚନ କିମଶନର ନୂଆ ତାରିଖ ଘୋଷଣା କରିବେ । ଏ ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । ନିର୍ବାଚନ ଚାଲିଥିବାବେଳେ ଯଦି ପ୍ରାର୍ଥୀଙ୍କର ଦେହାନ୍ତ ହୁଏ ସେଥିପାଇଁ ନିର୍ବାଚନ ସ୍ଥିଗିତ ରହିବ ।

ସୂଚନାଯୋଗ୍ୟ, ପିପିଲି କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କ ଗତକାଲି ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଛି । ଗତ ଶନିବାର ସେ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । କରୋନା ସହ ସଂଗ୍ରାମ କରି ସେ ଜୀବନଯୁଦ୍ଧରେ ହାରିଯାଇଛନ୍ତି । ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆପୋଲୋ ଲୋକ ସଂପର୍କ ଅଧିକାରୀ ରାକେଶ ରାୟ ଏନେଇ ସୂଚନା ପ୍ରଦାନ କରିଛନ୍ତି । ନିର୍ବାଚନ ପାଇଁ ପ୍ରଚାର ସମୟରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking