ମାଲକାନଗିରି: ବନ୍ଧାହେଲେ କୋଟିପତି ବାବୁ। ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଝାଳବୁହା ଜେରା କରିଛନ୍ତି ।ଚଢ଼ଉ ବେଳେ ଶାନ୍ତନୁଙ୍କ ଠାରୁ ୨ କୋଟି ୮ ଲକ୍ଷ ୯୨ ହଜାର ଟଙ୍କା ଜବତ ହୋଇଛି । ଲକର ଭିତରୁ ମଧ୍ୟ ମିଳିଥିଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ଉ କରିଥିଲା ଭିଜିଲାନ୍ସ। ଜେରା ସମୟରେ ୪ ଜଣ ସହଯୋଗୀଙ୍କ ନାଁ କହିଛନ୍ତି ଶାନ୍ତନୁ । ତେବେ ଶାନ୍ତନୁଙ୍କ ସହ ଅମୀୟକାନ୍ତ ସାହୁ, ମୋହନ ମଣ୍ଡଳ, ବିଶ୍ବଜିତ ମଣ୍ଡଳ, ଅଲେଖ ପ୍ରଧାନଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ ।