33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଧରା ହେଲେ ବାଇକ ଚୋର ଗ୍ୟାଙ୍ଗ

ଧରା ହେଲେ ବାଇକ ଚୋର ଗ୍ୟାଙ୍ଗ

ଖୋର୍ଦ୍ଧା : ଆଦର୍ଶ ଥାନା ପୋଲିସକୁ ବଡ଼ ସଫଳତା । ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ବାଇକ ଚୋର ଗ୍ୟାଙ୍ଗକୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ଖୋର୍ଦ୍ଧା ଅଂଚଳରେ ଏହି ଚୋର ଗ୍ୟାଙ୍ଗ ସକ୍ରିୟ ହୋଇଥିବା ବେଳେ ଏମାନଙ୍କୁ ଧରିବା ପାଇଁ ଖୋର୍ଦ୍ଧା ଏସଡ଼ିପିଓଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପାଞ୍ଚ ଜଣ ବାଇକ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୯ଟି ବାଇକ ଓ ଗୋଟିଏ କାର ଜବତ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି । ଚୋର ମାନେ ବାଇକ ଚୋରି କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲଗାଉଥିଲେ । ଗିରଫ ଚୋର ମାନେ ହେଲେ ବୋଲଗଡ଼ ଥାନା ଅନ୍ତର୍ଗତ ସୁନାଖଳା ଅଂଚଳର ଅନୀଲ ସାହୁ,ଜିତେଶ ସାହୁ,ଅଭିରାମ ସାହୁ,ଅଭିଜିତ ବରାଳ ଏବଂ ତବୀର ଖାନ । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏସପି ଶ୍ରୀ ସ୍ବାଇଁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking