29.1 C
Bhubaneswar
Friday, May 17, 2024
Homeଓଡିଶାଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ବିରି ବାଡ଼ି ଛକରେ ଏକ ମୋଟରସାଇକେଲକୁ ଅଜଣା ଗାଡି ଧକ୍କା ଦେବା ଫଳରେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଚିକିଟି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ କିନ୍ତୁ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣକ ଗୋଳନ୍ଥରା ଥାନା ଅନ୍ତର୍ଗତ ବାଇଗଣ ବାଡି ଗ୍ରାମର ସୁନିଲ କୁମାର ପାତ୍ର ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ସୁନିଲ କୌଣସି କାମରେ ନିଜର ମୋଟରସାଇକେଲ ଯୋଗେ ଚିକିଟି ବାହାରିଥିଲେ।

ପ୍ରାୟ ଦିନ ସାଢେ଼ ଦଶଟାବେଳେ ବିରି ବାଡି ଛକଠାରେ ସୁନିଲଙ୍କ ମୋଟରସାଇକେଲକୁ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଆହତ ସୁନିଲଙ୍କୁ ଚିକିଟି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ସୁନିଲଙ୍କ ଅପରାହ୍ନ ୩ ଟା‌ ବେଳେ ମୃତ୍ୟୁ ଘଟିଥିଲା। ଘଟଣା ନେଇ ସୁନିଲଙ୍କ ପରିବାର ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ପରେ ମେଡିକାଲରେ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking