29.1 C
Bhubaneswar
Friday, May 17, 2024
Homeଓଡିଶାରାଜ୍ୟକୁ ଫେରିବ ବିଜୁବାବୁଙ୍କ ଡାକୋଟା ବିମାନ; ରାଜଧାନୀରେ ହେବ ଭବ୍ୟ ସ୍ୱାଗତ

ରାଜ୍ୟକୁ ଫେରିବ ବିଜୁବାବୁଙ୍କ ଡାକୋଟା ବିମାନ; ରାଜଧାନୀରେ ହେବ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା ଖୁବଶୀଘ୍ର ଓଡ଼ିଶା ଫେରିବ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କଲିକତାଠାରେ ଦୀର୍ଘବର୍ଷ ଧରି ରହିଥିବା ଡାକୋଟାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଜ୍ୟକୁ ଅଣାଯିବ । ଐତିହାସିକ ଡାକୋଟା ରାଜ୍ୟକୁ ଫେରିବା ପରେ ରାଜ୍ୟବାସୀ ବିଜୁଙ୍କ ଅନେକ ଗୌରବମୟ ଇତିହାସ ସମ୍ପର୍କରେ ଅବଗତ ହୋଇ ପାରିବେ ।

ତେବେ ସୂଚନା ମୁତାବକ, ବିଜୁଙ୍କ ଡାକୋଟା ବର୍ତ୍ତମାନ ଓଡ଼ିଶାକୁ ଫେରିବ । ଏହାକୁ ଏକ ସ୍ୱତନ୍ତ୍ର ଯାନରେ ଅଣାଯାଇ ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସଂରକ୍ଷିତ କରି ରଖାଯିବ । ପାଖାପାଖି ୭୪ ଫୁଟ ଓ ୯୫ ଫୁଟର ଡେଣା ବିଶିଷ୍ଟ ଡାକୋଟାକୁ ରଖିବା ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ୧୧ ଏକର ଜମି ଯୋଗାଇ ଦିଆଯିବ ବୋଲି ପୂର୍ବରୁ କୁହାଯାଇଥିଲା ।

ତେବେ ଡାକୋଟା ଓଡ଼ିଶା ଫେରିବା ନେଇ ଗତ ଜୁଲାଇ ମାସରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଟେଣ୍ଡର ଡକାଯାଇଥିଲା । ଡାକୋଟା (ଡିସି-୩) ବିମାନକୁ ଖୋଲି ତା’ର ଯନ୍ତ୍ରପାତିକୁ ଅଲଗା କରି ଭୁବନେଶ୍ୱର ଅଣାଯିବ । ଯେଉଁ ସଂସ୍ଥା ଟେଣ୍ଡର ନେବ ସେ ଏହି ସମସ୍ତ କାର‌୍ୟ୍ୟ କରିବ । ଡାକୋଟା ଭୁବନେଶ୍ୱରରେ ପହଞ୍ଚିବା ପରେ ପୁଣି ତା’ର ସମସ୍ତ ଅଂଶକୁ ଯୋଡ଼ାଯିବ । ଆବଶ୍ୟକ ପଡ଼ିଲେ ନୂଆ ପାର୍ଟସ ଲଗାଯିବ ବୋଲି କୁହାଯାଇଥିଲା । ଗତ ୧୯୪୭ ମସିହା ଜୁଲାଇ ୨୧ରେ ଓଡ଼ିଶାର ବୀରପୁତ୍ର ବିଜୁ ଡାକୋଟା ଉଡ଼ାଇ ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କୁ ଉଦ୍ଧାର କରି ଭାରତ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking