40.1 C
Bhubaneswar
Tuesday, April 30, 2024
Homeଓଡିଶାବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ

ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ

ଯାଜପୁର : ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଯାଜପୁର ଜିଲ୍ଲାରେ ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀର ବାଙ୍ଗରା ପଂଚାୟତ ରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବ୍ଲକ ସଭାପତି ନନ୍ଦ କିଶୋର ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀ ବିଂଝାରପୁର ବିଧାୟିକା ତଥା ବାଚସ୍ପତି ପ୍ରମିଳା ମଲ୍ଲିକ, ଯାଜପୁର ସାଂସଦ ସର୍ମିଷ୍ଠା ସେଠି ପ୍ରମୁଖ ଯୋଗ ଦେଇ ରାଜ୍ୟ ରେ ହୋଇଥିବା ବିକାଶ ମୁଳକ ପଦକ୍ଷେପ ସମ୍ପର୍କରେ କର୍ମୀ।ମାନଙ୍କୁ ସୂଚନା ଦେଇଥିଲେ। ଗତ ୫ବର୍ଷ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ବିକାଶ ମୁଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହିତ ଆଗାମୀ ନିର୍ବାଚନ ରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡି କୁ ସମର୍ଥନ ଦେବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ଓ ବିଜେପି ଦଳ ତ୍ୟାଗ କରି ଅନେକ କର୍ମୀ ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking