41.1 C
Bhubaneswar
Tuesday, April 30, 2024
Homeଓଡିଶାସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୮ ନକ୍ସଲ ନିହତ

ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୮ ନକ୍ସଲ ନିହତ

ଛତିଶଗଡ଼ : ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୮ ଜଣ ନକ୍ସଲ ନିହତ। ଏମାନଙ୍କ ମଧ୍ୟରେ ମାଓବାଦୀ ସଂଗଠନର କିଛି ଟପ ଲିଡର ରହିଛନ୍ତି। ନକ୍ସଲଙ୍କ ସହ ଲଢ଼େଇ କରିବା ବେଳେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି କାଙ୍କେର ସ୍ଥିତ ଛୋଟେବେତିୟା ପୁଲିସ୍‌ ଷ୍ଟେସନରେ ଥିବା ଗୋଟିଏ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ଡିଆରଜି ଯବାନ ଓ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀମାନେ ଦେଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ଏଯାଏ ୧୮ ଜଣ ନକ୍ସଲ ନିହତ ହୋଇଛନ୍ତି । ତେବେ ନକ୍ସଲଙ୍କ ପାଲଟା ଆକ୍ରମଣରେ ୩ ଯବାନ ଆହତ ହୋଇଛନ୍ତି । ତେବେ ପ୍ରକୃତ ମୃତାହତ ନେଇ ଛତିଶଗଡ଼ ପୋଲିସ ସ୍ପଷ୍ଟ କରିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking