37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଟ୍ରେନରେ ନିଆଁ ଲଗାଇଲେ ଛାତ୍ରଛାତ୍ରୀ

ଟ୍ରେନରେ ନିଆଁ ଲଗାଇଲେ ଛାତ୍ରଛାତ୍ରୀ

ବିହାର: ରେଳ ପରୀକ୍ଷା (ଆରଆରବି ଏନଟିପିସି ସ୍କାମ) ରେଜିଂ ଅଭିଯୋଗକୁ ନେଇ ଛାତ୍ରଛାତ୍ରୀ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି ।  ବୁଧବାର ଦିନ ଗୟା ଜଙ୍କସନରେ ପହଞ୍ଚିଥିବା ହଜାର ହଜାର ପାସେଞ୍ଜର ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ନିଆଁ ଲଗାଇବା ସହ ବିକ୍ଷୋଭରତ ଛାତ୍ରମାନେ ପୋଲିସ ଉପରକୁ ପଥର ମଧ୍ୟ ଫୋପାଡିଛନ୍ତି । ବିକ୍ଷୋଭ ଯୋଗୁ ୫ ଘଂଟା ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପରେ ସେମାନଙ୍କୁ ହଟାଇ ଦିଆଯାଇଛି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ଏବଂ ରେଳ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ବାସ୍ତବରେ, ବିକ୍ଷୋଭ ରତ ଛାତ୍ରମାନେ ରେଳ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ କରୁଛନ୍ତି । ୨୦୨୧ରେ ରେଲୱର ନନ୍ ଟେକ୍ନିକାଲ ପୋଷ୍ଟ ପାଇଁ ହୋଇଥିବା ପରୀକ୍ଷା ଫଳରେ ତାଳମେଳ ରହୁନଥିବା ଅଭିଯୋଗ କରି ଛାତ୍ରମାନେ ବିହାରର ଶରିଫ୍ ରେଳ ଷ୍ଟେସନରେ ବିକ୍ଷୋଭ କରିଥିଲେ । ସୂଚନା ମୁତାବକ ଆରଆରବି ଏନଟିପିସିର ସିବିଟି-୧ ପରୀକ୍ଷା ଫଳ ଗତ ଜାନୁଆରୀ ୧୫ ତାରିଖରେ ପ୍ରକାଶ ପାଇଥିଲା । ସେଥିରେ ସିବିଟି-୨ ପରୀକ୍ଷା ପାଇଁ ଚୁଡାନ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଥିଲା । ଏହି ପରୀକ୍ଷା ଫଳରେ ଭୁଲ ହୋଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି । ଏପଟେ ପୋଲିସ ସିସିଟିଭି ଆଧାରରେ ବିକ୍ଷୋଭକାରୀମାନଙ୍କୁ ଚିହ୍ନଟ କରି ଗିରଫ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking