43.9 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟ କାର୍ଯ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଜ୍ୟ କାର୍ଯ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

“ଅମୃତ ମହୋତ୍ସବ” ପାଳନ ଅବସରରେ ଆଜିର ଦିନଟି ଆମ ପାଇଁ ଅତ୍ୟନ୍ତ ସ୍ମରଣୀୟ:ସମୀର ମହାନ୍ତି
 ଜାତୀୟ ପତାକା ଉତୋଳନ କଲେ ରାଜ୍ୟ ସଭାପତି ସମୀର ମହାନ୍ତି
 ସାଧାରଣତନ୍ତ୍ର ଦିବସରେ ସମଗ୍ର ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର,: ଆଜି ରାଜ୍ୟ କାର୍ଯ୍ୟାଳୟରେ ବହୁ ଆଡମ୍ବର ଭାବେ ଦେଶର ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଜାତୀୟ ପତାକା ଉତୋଳନ କରିବା ସହ ରାଜ୍ୟବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଥିଲେ । ଏହା ପରେ ସାମୂହିକ ଭାବେ ଜାତୀୟ ସଂଗୀତ ଗାନ କରାଯାଇଥିଲା ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୁର୍ତି “ଅମୃତ ମହୋତ୍ସବ” ପାଳନ ଅବସରରେ ଆଜିର ଏହି ଦିନଟି ଆମ ପାଇଁ ଅତ୍ୟନ୍ତ ସ୍ମରଣୀୟ ଅଟେ । ଭାରତବର୍ଷର ସମ୍ବିଧାନ ସମସ୍ତ ଦେଶବାସୀଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଛି । “ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”କୁ ମୁଳମନ୍ତ୍ର କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଜି ଆମ ଦେଶକୁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ରାଜ୍ୟରେ ବଂଚିତ, ଶୋଷିତ, ଅବହେଳିତ, ପୀଡିତ, କୃଷକ, ମହିଳା, ଯୁବକ, ଅନୁସୁଚିତ ଜାତି ଓ ଜନଜାତି, ଆର୍ଥିକ ଅନୁନ୍ନତ ବର୍ଗର ଲୋକଙ୍କ ହିତ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ଗରୀବକଲ୍ୟାଣ ଯୋଜନାର ସଫଳ ରୂପାୟନ କରିଛନ୍ତି । ସେହିପରି ଆଇନ ଅନୁଯାୟୀ ରାଜ୍ୟବାସୀଙ୍କୁ ତାଙ୍କ ସମ୍ବିଧାନପ୍ରାପ୍ତ ନ୍ୟାୟୋଚିତ ହକ୍‌କୁ ରାଜ୍ୟ ସରକାର ପ୍ରଦାନ କରିବା ଉଚିତ୍ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ବରିଷ୍ଠ ନେତା ରଂଜନ ପଟେଲ, ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ବିରଂଚୀ ତ୍ରିପାଠୀ, ଠାକୁର ରଂଜିତ ଦାସ, ଉମାକାନ୍ତ ପଟ୍ଟନାୟକ, ସୁରଥ ବିଶ୍ୱାଳ, ମହେଶ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରବିଶଂକର ପଟ୍ଟନାୟକ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଜୟନ୍ତୀ ପଢିଆରୀଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking