ନୂଆଦିଲ୍ଲୀ : ବିହାର ବୈଶାଳୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ବିଳମ୍ବିତ ରାତିରେ ଲୋକେ ଏକାଠି ହୋଇ ପୂଜା କରୁଥିବା ସମୟରେ ଚଢ଼ିଗଲା ଟ୍ରକ୍। ଦୁର୍ଘଟଣାରେ ଶିଶୁଙ୍କ ସମେତ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ବୈଶାଳୀ ଜିଲ୍ଲାର ମେହନାର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସୂଚନା ମୁତାବକ, ରାତି ପ୍ରାୟ ୯ଟା ବେଳେ ରାସ୍ତା କଡ଼ରେ ଥିବା ଏକ ବରଗଛ ମୂଳେ ସୁଲତାନପୁର ଥାନା ଅନ୍ତର୍ଗତ ବ୍ରହ୍ମାସ୍ଥାନ ନିକଟରେ ଭୂଆଁ ବାବାଙ୍କ ପୂଜା ଚାଲୁଥିଲା । ଠିକ୍ ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ଭିଡ଼ ଭିତରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଶିଶୁଙ୍କ ସମେତ ୧୨ ଜଣ ପ୍ରାଣ ହରାଇଛନ୍ତି। ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଟ୍ରକ ଡ୍ରାଇଭର ଘଟଣା ପରେ ସେଠାରୁ ପଳାଇ ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଟୁଇଟ୍ କରି କହିଛନ୍ତି ଯେ “ଯେ ବିହାରର ବୈଶାଳୀରେ ଜିଲ୍ଲାର ଦୁର୍ଘଟଣା ଅତ୍ୟନ୍ତ ଦୁଃଖ ଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ। ଆହତମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।” ସେହିପରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ସଡ଼କ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ମୃତ ତଥା ଆହତଙ୍କୁ କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।