ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବୁଧବାର ଦିନ ଏକ ଯୁବ ର୍ୟାଲି ରେ ଯୋଗ ଦେଇ ଯୋଗୀଆଦିତ୍ୟ ନାଥ କହିଛନ୍ତି , ରାଜ୍ୟ ର ଯୁବକ ମାନେ ସରକାର ଙ୍କୁ ପ୍ରଶ୍ନ କରିବା ଉଚିତ୍ ୧୫ ବର୍ଷ ରେ ଯେଉଁ ୧୦ ଲକ୍ଷ ରୋଜଗାରର ପ୍ରତିଶୃତି ଦିଆଯାଇଥିଲା ତାହର କେତେ ଦୁର ସଫଳ ହେଇଛି । ପଶୁଙ୍କୁ ପାଇଁ ଚାରା ଯୋଗାଇ ପାରୁନଥିବା ଲୋକ ମାନଙ୍କୁ କେତେ ରୋଜଗାର ମିଳିଛି ।
ଏଲ୍ଯେପିଓ କଂଗ୍ରେସ ବୁଧବାର ଦିନ ନିଜ ନିଜର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛନ୍ତି । ଏଲ୍ଯେପି ନିଜ ଇସ୍ତାହାର ରେ ‘ବିହାର ଫାଷ୍ଟ୍’ ନିତୀ ଆପଣେଇଛି ଓ ଯୁବକ ମାନଙ୍କୁ ରୋଜଗାର ଦେବାସହ ଦରଦାମ୍ ନିୟନ୍ତ୍ରଣ ପାଇଁ ଆଶ୍ୱାସନା ଦେଇଛି । ସେପଟେ କଂଗ୍ରେସ୍ କୃଷକଙ୍କ ରୃଣଛାଡ଼ ଓ ସଂସଦ ରେ ପାରିତ ହେଇଥିବା କୃଷି ବିଲ୍ କୁ ଖାରଚ୍ ପାଇଁ ପ୍ରତିଶୃତି ଦେଇଛି ।
ବିହାର ମୁଖ୍ରମନ୍ତ୍ରୀ ନିତିଶ୍ କୁମାର ବୁଧବାର ଦିନ ରାଜ୍ୟ ର ୪ ଟି ସ୍ଥାନ ତଥା ଚମ୍ପରନ୍ ର କେଶେରିୟା, ସରନ୍ ର ମଧ୍ୟୁରା ,ପାର୍ଶା ଓ ବୟିଶାଳି ରେ ର୍ୟାଲି କରିଛନ୍ତି । ସେପଟେ ଆର୍ଜେଡ଼ି ମୁଖ୍ୟ ତେଜସ୍ୱୀ ୟାଦବ୍ ୧୨ ଟି ଜାଗା ରେ ର୍ୟାଲି କରିଛନ୍ତି । ବିଜେପି ମୁଖ୍ୟ ଜେପି ନଡ୍ଡା ମଧ୍ୟ ୨ ଟି ର୍ୟାଲି କରିଛନ୍ତି ଏହି ର୍ୟାଲି ରେ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଏବଂ ନିତ୍ୟାନନ୍ଦ ରାଓ ଯୋଗ ଦେଇଥିଲେ ।
ସୂଚନା ଥାଉ କି ବିହରାର ବିଧାନ ସଭା ନିର୍ବାଚନ ୨୮ଅକ୍ଟୋବର ଓ ୩ ନଭେମ୍ବର ରେ ୨୪୩ ଆସନ ପାଇଁ ହେବାକୁ ଯାଉଛି । ଏହାର ଫଳାଫଳ ୭ ନଭେମ୍ବର କୁ ପ୍ରକାଶ ହେବ ।