26.1 C
Bhubaneswar
Thursday, May 9, 2024
Homeଟେଲି ଦୁନିଆ‘ବିଗ୍‌ ବସ୍‌ ୧୩’ରେ ମାଷ୍ଟରମାଇଣ୍ଡଙ୍କ ଏଣ୍ଟ୍ରି

‘ବିଗ୍‌ ବସ୍‌ ୧୩’ରେ ମାଷ୍ଟରମାଇଣ୍ଡଙ୍କ ଏଣ୍ଟ୍ରି

ମୁମ୍ବାଇ: କଲର୍ସରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ ‘ବିଗ୍‌ ବସ୍‌ ୧୩’ରେ ସବୁଦିନ ବିଭିନ୍ନ ପ୍ରକାରର ନୂଆ ଡ୍ରାମା ଦର୍ଶକଙ୍କୁ ଦେଖିବାକୁ ମିଳୁଛି । ଗତକାଲିର ଏପିସୋଡରେ ମଧ୍ୟ ଠିକ ଏପରି କିଛି ଘଟିଛି | ଗତକାଲି ଶୋ’ରେ ଏଣ୍ଟ୍ରି କରିଛନ୍ତି ‘ବିଗ୍‌ ବସ୍‌ ୧୧‘ର ପ୍ରତିଯୋଗୀ ତଥା ମାଷ୍ଟର୍‌ମାଇଣ୍ଡ୍ ଭାବେ ଜଣାଶୁଣା ବିକାଶ ଗୁପ୍ତା । ତେବେ ଗେମ୍‌ ଏତେ ଆଗକୁ ବଢ଼ିସାରିବା ପରେ ହଠାତ୍‌ ବିକାଶଙ୍କର ଏଣ୍ଟ୍ରି ସିଦ୍ଧାର୍ଥ ଶୁକ୍ଲା, ଶେହନାଜ୍‌ ଗିଲ୍‌ ଓ ମାହିରାଙ୍କୁ ସବୁଠୁ ବଡ଼ ଝଟକା ଦେଇଛି । କାରଣ ଏ ପର୍ଯ୍ୟନ୍ତ ‘ବିବି’ ଘରେ ଏହି ୩ ଜଣ ସଦସ୍ୟ ସବୁଠୁ ଅଧିକ ହଙ୍ଗାମା କରି ନିଜର ଦବ୍‌ଦବା ବଜାୟ ରଖି ଆସିଛନ୍ତି । ହେଲେ ବିକାଶଙ୍କ ଏଣ୍ଟ୍ରି ସେମାନଙ୍କ ଗେମ୍‌କୁ ପୁରା ବଦଳାଇ ଦେଇପାରେ । ତେଣୁ ତାଙ୍କ ଏଣ୍ଟ୍ରିରେ ଏହି ତିନି ଜଣ ଆଦୌ ଖୁସି ନଥିବାର ଦେଖା ଯାଇଛି ।
ତେବେ ଏଠାରେ ସୂଚନାଯୋଗ୍ୟ, ବିକାଶ ଶୋ’ରେ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କର ପ୍ରୋକ୍ସି ଭାବେ ବା ତାଙ୍କ ବଦଳରେ ଆସିଛନ୍ତି । ଏବେ ସେ ତାଙ୍କ ତରଫରୁ ଏହି ଗେମ୍‌ ଖେଳିବେ । ଟାସ୍କ କରିବା ସମୟରେ ଦେବୋଲିନାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ଏଥିଯୋଗୁ ଡାକ୍ତର ତାଙ୍କୁ ବେଡ୍‌ ରେଷ୍ଟ କରିବାକୁ କହିଛନ୍ତି । ତେଣୁ ତାଙ୍କୁ ଅଧାରୁ ଶୋ’ ଛାଡ଼ିବାକୁ ପଡ଼ିଥିଲା । ତେବେ ବିକାଶଙ୍କ ଏଣ୍ଟ୍ରି ପରେ ଶୋ ଆହୁରି ମଜାଦାର ହେବା ସହ ନୂଆ ନୂଆ ଡ୍ରାମା ଦେଖିବାକୁ ମିଳିବ ବୋଲି ଆଶା କରା ଯାଉଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking