27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପରସ୍ପରକୁ ଗୁଳି କରି ମୃତ୍ୟୁବରଣ କଲେ ୨ପୁଲିସ ଅଧିକାରୀ

ପରସ୍ପରକୁ ଗୁଳି କରି ମୃତ୍ୟୁବରଣ କଲେ ୨ପୁଲିସ ଅଧିକାରୀ

ଝାଡଖଣ୍ଡ: ଆଜି ସକାଳ ୬ଟା ୩୦ରେ ରାଞ୍ଚିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏବେ ଝାଡଖଣ୍ଡ ନିର୍ବାଚନ ଚାଲିଥିବା ବେଳେ ନିର୍ବାଚନ ଡ୍ୟୁଟିରେ ଥିବା ୨ପୁଲିସ ଅଧିକାରୀ ପରସ୍ପର ଉପରକୁ ଗୁଳି ଚଳାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ସକାଳ ୬: ୩୦ ମିନିଟରେ ଖେଲଗାଓଁ ଠାରେ ଥିବା ମେଗା ସ୍ପୋର୍ଟସ୍ ଷ୍ଟାଡିୟମରେ ଘଟଣାଟି ଘଟିଛି । ପୁଲିସ ଦୁହେଁ ଛତିଶଗଡ଼ ସଶସ୍ତ୍ର ବଳର ୪ର୍ଥ ବାଟାଲିୟନ୍ ବି କମ୍ପାନିର । ଝାଡଖଣ୍ଡ ନିର୍ବାଚନ ଡିୟୁଟିରେ ସେମାନଙ୍କୁ ମୁତୟନ କରାଯାଇଥିଲା । ଗୁଳିକାଣ୍ଡରେ ଜଣେ ଲୋକ ଆହତ ହୋଇଥିବା କୁହାଯାଉଛି । କାହିଁକି ଉଭୟ ପରସ୍ପର ଉପରକୁ ଗୁଳି ଚଳାଇଲେ ତାହା ଏ ପର‌୍ୟ୍ୟନ୍ତ ଜଣାପଡ଼ିନାହିଁ । ଏହି ଘଟଣାର ତଦନ୍ତ ଚାଲିଥିବା ଜଣାପଡିଛି ।
https://onakhabar.com/2019/12/09/hbd-encounter-case-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking