27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆମେରିକାର ଅଣୁ ଅସ୍ତ୍ରାଗାର ଉପରେ ବଡ ବିପଦ

ଆମେରିକାର ଅଣୁ ଅସ୍ତ୍ରାଗାର ଉପରେ ବଡ ବିପଦ

ଟେକ୍ସାସ: ଆମେରିକାର ପରମାଣୁ ଅସ୍ତ୍ରଗାର ଉପରକୁ ବିପଦ ମାଡ଼ିଆସୁଛି । ଜଙ୍ଗଲରେ ନିଆଁ ବ୍ୟାପିବା କାରଣରୁ ଟେକ୍ସାସ୍ ପରମାଣୁ ଅସ୍ତ୍ର ପରିଚାଳନା କେନ୍ଦ୍ରକୁ ସାମୟିକଭାବେ ବନ୍ଦ କରିଦିଆଯାଇଛି । ଟେକ୍ସାସରେ ଦ୍ରୁତ ଗତିରେ ବଢୁଥିବା ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ହାହାକାର ଖେଳିଯାଇଛି । ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଆଖପାଖରେ ଥିବା ଛୋଟ ଛୋଟ ଜନବସତିଗୁଡ଼ିକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଟେକ୍ସାସରେ ଥିବା ଶୁଖିଲା ଘାସ ସାଙ୍ଗକୁ ଅତ୍ୟଧିକ ଗରମ ଓ ପବନ ଯୋଗୁଁ ନିଆଁ ବେଳକୁ ବେଳ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଣବିକ ଅସ୍ତ୍ର ପରିଚାଳନା କେନ୍ଦ୍ର  ବନ୍ଦ କରିଦିଆଯାଇଛି । ଏକ ଅନଲାଇନ୍ ବିବୃତିରେ ପାଣ୍ଟେକ୍ସ କହିଛି ଯେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖାଯାଇଛି। ଟେକ୍ସାସ୍ ଫରେଷ୍ଟ ସର୍ଭିସ୍ ଅନୁଯାୟୀ, ରିପବ୍ଲିକାନ୍ ଗଭର୍ଣ୍ଣର ଗ୍ରେଗ୍ ଆବଟ୍ ୬୦ଟି କାଉଣ୍ଟି ପାଇଁ ବିପର୍ଯ୍ୟୟ ଘୋଷଣା କରିଛନ୍ତି, କାରଣ ଏହି ବିଶାଳ ଓ ଭୟଙ୍କର ଅଗ୍ନିକାଣ୍ଡରେ ପ୍ରାୟ ୪୦୦ ବର୍ଗ ମାଇଲ୍ (୧୦୪୦ ବର୍ଗ କିଲୋମିଟର) ଅଞ୍ଚଳ ଜଳି ଯାଇଛି। ସୋମବାର ଅଗ୍ନିକାଣ୍ଡ ଆରମ୍ଭ ହେବା ପରଠାରୁ ଏହାର ଆକାର ଦୁଇଗୁଣରୁ ଅଧିକ। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା କର୍ତ୍ତୃପକ୍ଷ କହିନାହାନ୍ତି।ସୂଚନାନୁସାରେ ଯେ ପାଣ୍ଟେକ୍ସ ହେଉଛି ଆମେରିକାର ଆଣବିକ ଅସ୍ତ୍ରଶସ୍ତ୍ରର ଆସେମ୍ବଲି( ଏକତ୍ରିକରଣ) ଓ ଡିସଆସେମ୍ବଲି (ପୃଥକୀକରଣ) କାରଖାନା । ଏହା ଆମେରିକାର ଆଣବିକ ଅସ୍ତ୍ରର ସୁରକ୍ଷା, ରକ୍ଷଣାବେକ୍ଷଣ ପାଇଁ କାର୍ଯ୍ୟକରିଥାଏ । ଏହି ବିଶାଳ କାରଖାନାଟି ଟେକ୍ସାସର ପେନହାଣ୍ଡଲଠାରେ ଅବସ୍ଥିତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking