29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମୋତିଆବିନ୍ଦୁ ଅପରେସନ ରେଟ କମିବ , କୋର୍ଟଙ୍କ ନିର୍ଦ୍ଦେଶ

ମୋତିଆବିନ୍ଦୁ ଅପରେସନ ରେଟ କମିବ , କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମୋତିଆବିନ୍ଦୁ ଅପରେସନ ରେଟ କମିବକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହା ଦ୍ବାରା ସାଧାରଣ ଲୋକେ ବେଶ୍ ଉପକୃତ ହୋଇପାରିବେ। ସରକାରୀ ହସ୍ପିଟାଲରେ ଗୋଟିଏ ଆଖିର ମୋତିଆବିନ୍ଦୁ ଅପରେସନ ପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଘରୋଇ ହସ୍ପିଟାଲରେ ଏଥି ପାଇଁ ୩୦ ହଜାରରୁ ୧,୪୦,୦୦୦ ଟଙ୍କା ଖର୍ଚ୍ଚ ହେଉଛି। କେନ୍ଦ୍ର ସରକାର ଏକ୍ଷେତ୍ରରେ ୧୪ ବର୍ଷ ପୁରୁଣା ଆଇନ ଲାଗୁ କରିବାରେ ବିଫଳ ହୋଇଥିବା ନେଇ ଶୀର୍ଷ କୋର୍ଟ ସରକାରଙ୍କୁ ଭର୍ସନା କରିଛନ୍ତି।ଦେଶର ସମସ୍ତ ହସ୍ପିଟାଲରେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହେଲଥ୍ ସ୍କିମ୍ ରେଟ୍ ଲାଗୁ କରିବାକୁ କୋର୍ଟ କହିଛନ୍ତି। ଏହି ଆଇନ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ସହିତ ବିଚାର ବିମର୍ଷ କରି ମହାନଗର, ସହର ଏବଂ ଛୋଟ ସହରରେ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏକ ମାନକ ଦର ନିଶ୍ଚିତ କରିବାକୁ କୋର୍ଟ କହିଛନ୍ତି।କେନ୍ଦ୍ର ସରକାର କହିଛନ୍ତି ଏନେଇ ବହୁ ଥର ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ମାତ୍ର ଏସମ୍ପର୍କରେ କୌଣସି ଜବାବ ମିଳିନାହିଁ। କୋର୍ଟ କହିଛନ୍ତି ଲୋକଙ୍କ ସ୍ବାସ୍ଥ୍ୟ ଚିକିତ୍ସାର ଉତ୍ତରଦାୟୀ ଥିବା କେନ୍ଦ୍ର ସରକାର ଏହି ଦାୟିତ୍ବବୋଧରୁ ସହଜରେ ଖସି ଯାଇପାରିବେ ନାହିଁ। କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ଏକମାସ ମଧ୍ୟରେ ମାନକ ଦରନେଇ ଏକ ଅଧିସୂଚନା ଜାରି କରିବା ସହ ରାଜ୍ୟ ଅଧିକାରୀଙ୍କ ସହ ବୈଠକ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଯଦି ରାଜ୍ୟସରକାର ହସ୍ପିଟାଲ ଶୁଳ୍କ ଧାର୍ଯ୍ୟ କରୁ ନାହାନ୍ତି ତେବେ କେନ୍ଦ୍ର ସରକାର ଆଇନର ଉପଯୋଗ କରନ୍ତୁ ବୋଲି କୋର୍ଟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking