27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକାର୍ଡରେ ଭୁଲ ତାରିଖ ଛପାକୁ ନେଇ ବିବାହ ପୂର୍ବଦିନ କନ୍ୟାଘରେ ପହଁଚିଲେ ବରଯାତ୍ରୀ

କାର୍ଡରେ ଭୁଲ ତାରିଖ ଛପାକୁ ନେଇ ବିବାହ ପୂର୍ବଦିନ କନ୍ୟାଘରେ ପହଁଚିଲେ ବରଯାତ୍ରୀ

ହମୀରପୁର: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଘଟିଛି କିଛି ଅଜବ ଘଟଣା। ନିର୍ଦ୍ଧାରିତ ଦିନ ପୂର୍ବରୁ ନିଜ ପରିବାର ସହିତ ବର ଏଭଳି ହଠାତ୍ ପହଞ୍ଚିବା ଦେଖି କନ୍ୟାପକ୍ଷ ସମେତ ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ କିଛି ବୁଝିପାରିନଥିଲେ ବି ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ବିବାହ କାର୍ଡରେ ଭୁଲ ତାରିଖ ଛପାଯାଇଥିବାରୁ ଏଭଳି ଭୁଲ ହୋଇଥିବା ଜଣାପଡ଼ିଥିଲା। ତେବେ ବରପକ୍ଷ ପହଞ୍ଚିବା ପରେ ଗାଁ ଲୋକେ ତୁରନ୍ତୁ ସବୁ ପ୍ରସ୍ତୁତି କରି ଝିଅର ବିବାହ କରିଥିବା କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ହମିରପୁରର ସିକରୋଢ଼ି ଗାଁର ବାସିନ୍ଦା ରାମଫଲ ଅନୁରାଗିଙ୍କ ଝିଅ ରେଖାଙ୍କ ବିବାହ କୋତୱାଲୀର ପାରା ପୁରବା ଗାଁର ବାସିନ୍ଦା ବେଟାରାମଙ୍କ ସହ ସ୍ଥିର ହୋଇଥିଲା। ବିବାହ ଫେବ୍ରୁଆରି ୨୭ତାରିଖରେ ଥିବା ବେଳେ କାର୍ଡରେ ୨୬ ଲେଖାଯାଇଥିଲା। ବରପକ୍ଷ ତାରିଖ ଜାଣିବାରେ ଭୁଲ କରିଥିବାରୁ କାର୍ଡରେ ଭୁଲ ତାରିଖ ଛପାଇଥିଲେ। ଏହି ଭୁଲ ତାରିଖ ଲେଖାଥିବା କାର୍ଡକୁ ବନ୍ଧୁ ଓ ସମ୍ପର୍କୀୟଙ୍କୁ ବଣ୍ଟାଯାଇଥିବାରୁ ସମସ୍ତେ ୨୬ତାରିଖରେ ଆସି କନ୍ୟା ଘରେ ପହଞ୍ଚିଥିଲେ। ହେଲେ ସେଠାରେ ଜଣାପଡ଼ିଥିଲା ଯେ, ବିବାହର ଶୁଭ ମୁହୂର୍ତ୍ତ ୨୭ରେ। ଏଭଳି ଭୁଲ ହେବା ପରେ କନ୍ୟାପକ୍ଷ, ବରପକ୍ଷଙ୍କ ରହିବା ଓ ଖାଇବାର ବ୍ୟବସ୍ଥ‌ା କରିଥିଲେ। ଗୋଟେ ଦିନ ରହିବା ପରେ ୨୭ତାରିଖ ସକାଳେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking