40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଛତିଶଗଡ ପୋଲିସକୁ ବଡ ସଫଳତା; ୭ ମାଓବାଦୀ ଗିରଫ

ଛତିଶଗଡ ପୋଲିସକୁ ବଡ ସଫଳତା; ୭ ମାଓବାଦୀ ଗିରଫ

ରାୟପୁର: ନିର୍ବାଚନ ପୂର୍ବରୁ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା । ରବିବାର ଦିନ ସୁକମା ଜିଲ୍ଲାରୁ ୭ ଜଣ ନକ୍ସଲ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ନକ୍ସଲମାନଙ୍କ ମଧ୍ୟରେ ଜଣଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତେବେ ନିର୍ବାଚନ ପୂର୍ବରୁ ବଡ ମାଓବାଦୀ ହାମଲା ନେଇ ଏମାନେ ଷଡଯନ୍ତ୍ର ରଚୁଥିବା ନେଇ ସୂଚନା ରହିଛି । ଯାହାକୁ ପୋଲିସ ପଣ୍ଡ କରିଛି ।

ନକ୍ସଲ ନିରୋଧି ଅପରେସନରେ ଛତିଶଗଡ଼ ପୋଲିସକୁ ପୁଣି ଏକ ବଡ ସଫଳତା ମିଳିଛି । ଗୋଟିଏ ଦିନରେ ୭ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି । ଏନେଇ ସୁକମା ଜିଲ୍ଲାର ପୋଲିସ ଅଧିକ୍ଷତ କିର ଚୌହାନ ସୂଚନା ଦେଇଛନ୍ତି । ସେ କହିଛନ୍ତି, “କିସ୍ତାରାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଏହି ସମୟରେ ୭ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ନକ୍ସଲମାନଙ୍କ ପରିଚୟ ମଧ୍ୟ ମିଳିଛି । ସେମାନେ ହେଲେ ଦିନେଶ ମାଡବୀ, ବଞ୍ଜାମ ପୌଜ୍ଜା, କୱାସୀ, କଲମୁ ଗଙ୍ଗା, କଲମୁ ସତ୍ରା, ନୁପ୍ପୋ ପୌଜ୍ଜା ଓ ରାୱା ଜୋଗା ।

କବାସୀକୁ ଧରିବା ପାଇଁ ପୋଲିସ ପୂର୍ବରୁ ତଦନ୍ତ ଚଳାଇଥିବା ବେଳେ ତାକୁ ଧରାଇଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବା ନେଇ ଘୋଷଣା କରାଯାଇଥିଲା । କବାସୀ ଟେଟମଗୁଡୁ ରିଭୋଲୁସନାରୀ ପିପୁଲ୍ସ କାଉସିଲ (ଆରପିସି) ଭାବେ ଡିଏକେଏମଏସର ଅଧ୍ୟ ଭାବେ କାମ କରୁଥିଲା । ଗିରଫ ହୋଇଥିବା ଏହି ନକ୍ସଲମାନେ ନିର୍ବାଚନ ସମୟରେ ବଡ଼ ଧରଣର ମାଓବାଦୀ ଆକ୍ରମଣ ପାଇଁ ଉଦ୍ୟମ କରୁଥିବା ନେଇ ସୂଚନା ରହିଛି । ସେମାନଙ୍କ ଉଦ୍ୟମକୁ ପଣ୍ଡ କରିଛି ଛତିଶଗଡ ପୋଲିସ । ତେବେ ସେମାନଙ୍କ ନିକଟରୁ ବନ୍ଧୁକ, ୩ କେଜି ବିସ୍ଫୋଟକ ସାମଗ୍ରୀ, ୮ କେଜି ଆଇଡି, ୩ କେଜି ଓଜନର ଟିଫିନ ବୋମା ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking