26.1 C
Bhubaneswar
Sunday, September 25, 2022
Homeଦେଶ ବିଦେଶସ୍ବାଧୀନତା ଦିବସ ପୂର୍ବରୁ ବଡ଼ ସଫଳତା: ଅସ୍ତ୍ରଶସ୍ତ୍ର ସହ ୪ ଆତଙ୍କୀ ଗିରଫ

ସ୍ବାଧୀନତା ଦିବସ ପୂର୍ବରୁ ବଡ଼ ସଫଳତା: ଅସ୍ତ୍ରଶସ୍ତ୍ର ସହ ୪ ଆତଙ୍କୀ ଗିରଫ

ଚଣ୍ଡିଗଡ଼: ସ୍ବାଧୀନତା ଦିବସ ପୂର୍ବରୁ ପଞ୍ଜାବ ପୁଲିସ ଦିଲ୍ଲୀ ପୁଲିସ ସହାୟତାରେ ପାକ୍‌-ଆଇଏସଆଇ ସମର୍ଥିତ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ କରିଛି। କାନାଡ଼ା ସ୍ଥିତ ଅର୍ଶ ଡଲ୍ଲା ଏବଂ ଅଷ୍ଟ୍ରେଲିଆ ସ୍ଥିତ ଗୁର୍‌ଜନ୍ତ୍ ସିଂହ ସହ ଜଡ଼ିତ ୪ଜଣ ମଡ୍ୟୁଲ ସଦସ୍ୟଙ୍କୁ ପଞ୍ଜାବ ପୁଲିସ ଗିରଫ କରିଛି। ପଞ୍ଜାବ ଡିଜିପି କହିଛନ୍ତି ଯେ, ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ଗ୍ରେନେଡ, ୧ ଆଇଇଡି, ଦୁଇଟି ୯ ମିଲିମିଟର ପିସ୍ତଲ ଏବଂ ୪୦ଟି ଲାଇଭ କାର୍ଟ୍ରିଜ୍ ଉଦ୍ଧାର କରାଯାଇଛି।

ଏହାପୂର୍ବରୁ ଏପ୍ରିଲରେ ପଞ୍ଜାବ ପୁଲିସର ଇଣ୍ଟେଲିଜେନ୍ସ ୱିଙ୍ଗ ପଳାତକ ଗ୍ୟାଙ୍ଗଷ୍ଟରରୁ ଆତଙ୍କବାଦୀ ସାଜିଥିବା ଅର୍ଶଦୀପ ସିଂହ ଓରଫ ଅର୍ଶ ଡଲ୍ଲାଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିଥିଲା। ହର୍ଷ କୁମାର ଏବଂ ସହଯୋଗୀ ରାଘବ ଉଭୟ କୋଟ ଇସେ ଖାନ୍ ଜିଲା ମୋଗାର ବାସିନ୍ଦା ଥିଲେ। ପୁଲିସ ସେମାନଙ୍କ ନିକଟରୁ ୪୪ ଟି କାର୍ଟ୍ରିଜ ସହିତ ବିଦେଶୀ ଏମପି-୫ ବନ୍ଧୁକ ଜବତ କରିଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking