ଝାରସୁଗୁଡା : ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ଦେଖାଦେଇଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡିଲା ଡ୍ରୋନ । ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ଥିଲା । ସେହି ସମୟରେ ବଡ ଧରଣର ତ୍ରୁଟି ହୋଇଛି । ଗତ ୨ ତାରିଖରେ ମୋହନ ଚରଣ ମାଝୀ ଝାରସୁଦୁଡା ଗସ୍ତରେ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଯେତେବେଳେ ଝାଡେଶ୍ୱର ମନ୍ଦିରକୁ ଯାଉଥିଲେ ସେହି ସମୟରେ ଏକ ଅଚିହ୍ନା ଡ୍ରୋନଟି ତାଙ୍କ ପାଖରେ ଖସି ପଡିଥିଲା । ମୁଖ୍ୟମନ୍ତ୍ରୀ ନିଜେ ତାହାକୁ ଦେଖି ଡରିଯାଇଥିଲେ । ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ସୁରେଶ ପୂଜାରୀ ମଧ୍ୟ ଚମକି ପଡିଥିଲେ । ତାପରେ ତୁରନ୍ତ ପିଏସଓ ଏବଂ ପୋଲିସ ଉକ୍ତ ଡ୍ରୋନଟିକୁ ପାଦରେ ଏଡାଇ ଦେଇଥିଲେ । ହେଲେ ଏବେ ଡ୍ରୋନ କିଏ ଉଡାଇଥିଲା ଏବେ ପ୍ରଶ୍ନ ଉଠୁଛି ।