28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଚୀନକୁ ବାଇଡେନ୍‌ଙ୍କ ଚେତାବନୀ : ଆମ ସହ ଲାଗିଲେ ଛାଡିବୁନି....

ଚୀନକୁ ବାଇଡେନ୍‌ଙ୍କ ଚେତାବନୀ : ଆମ ସହ ଲାଗିଲେ ଛାଡିବୁନି….

ୱାଶିଂଟନ୍ : ଚାଇନକୁ ଅ।।ମରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁଣାଇଛନ୍ତି ଚେତାବନୀ । ଚୀନ ଆମେରିକାର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଆମେରିକା କୌଣସି ବିବାଦ ସୃଷ୍ଟି କରିବାକୁ ଚାହୁଁନାହିଁ । କିନ୍ତୁ ଯଦି ଚୀନ ଆମେରିକା ସହ ଲାଗିବ ତେବେ ଆମେରିକା ଛାଡିବ ନାହିଁ। ଉଚିତ ଜବାବ ଦେବ ଆମେରିକାକୁ ଭଲ ଭାବେ ଜଣା ବୋଲି ବାଇଡେନ୍ କହିଛନ୍ତି । ଆମେରିକା ‘କ୍ୟାପିଟଲ୍ ଆକ୍ରମଣ’ର ଦୁଇ ବର୍ଷ ପୂର୍ତ୍ତିକୁ ଉଦ୍ଦେଶ୍ୟ କରି ମଙ୍ଗଳବାର ରାତିରେ ‘ଷ୍ଟେଟ୍ ଅଫ୍ ୟୁନିୟନ୍‌’ରେ ଉଦ୍‌ବୋଧନ ଦେବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଆମେରିକାର ଗଣତନ୍ତ୍ର ଅଟଳ ଓ ଅତୁଟ ରହିଛି । କରୋନାଭାଇରସ୍ ମହାମାରୀ ସତ୍ୱେ ଦେଶର ପ୍ରଗତିକୁ ପ୍ରଶଂସା କରି ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଦୁଇ ବର୍ଷ ତଳେ, କୋଭିଡ ଆମ ବ୍ୟବସାୟ ବନ୍ଦ କରିଦେଇଥିଲା, ଆମ ସ୍କୁଲ୍ ବନ୍ଦ କରି ଦେଇଥିଲା ଏବଂ ଆମଠାରୁ ବହୁତ କିଛି ଛଡ଼େଇ ନେଇଥିଲା ।

ଆମେ ୧୨ ନିୟୁତ ନୂଆ କର୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି । ଏତେ ଅଧିକ କର୍ମନିଯୁକ୍ତି ୪ ବର୍ଷରେ କୌଣସି ରାଷ୍ଟ୍ରପତି ସୃଷ୍ଟି କରିପାରି ନାହାନ୍ତି । ଆମେରିକା ଆକାଶରେ କିଛି ଦିନ ଉଡିଥିଲା ଚାଇନାର ଏକ ସ୍ପାଏ ବେଲୁନ । ଆମେରିକା ଆକାଶରେ ଦେଖା ଦେଇଥିବା ଏହି ପର୍ଯ୍ୟବେକ୍ଷଣକାରୀ ବେଲୁନ୍‌ଟି ସମଗ୍ର ଉତ୍ତର ଆମେରିକାରେ ଥିବା ଗୁରୁତ୍ୱପୂର୍ଣ୍ଣ ସାମରିକସ୍ଥଳୀଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିଲା ବୋଲି ଆମେରିକା ଅଭିଯୋଗ କରିବା ସହ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଥିଲା । ସେହି ଘଟଣାକୁ ନେଇ ମଙ୍ଗଳବାର ଅ।।ମରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ‘ ଯଦି ଚୀନ ବିଶ୍ୱକୁ ଲାଭ ପହଞ୍ଚାଇବା ଏବଂ ଆମେରିକାର ସ୍ୱାର୍ଥକୁ ଦୃଷ୍ଟିରେ ରଖି କାମ କରିବ ତେବେ ମୁଁ ଚୀନ୍ ସହିତ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ।

କିନ୍ତୁ ଆମେ ରୋକ୍‌ଠୋକ୍ ଜଣାଇଦେଉଛି କି ଯଦି ଆମ ସାର୍ବଭୌମତ୍ୱ ପ୍ରତି ବିପଦ କରିବାକୁ ଚୀନ ଚେଷ୍ଟା କରିବ ତେବେ ଆମେ ଆମ ଦେଶର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବୁ । ଭାଷଣରେ ଚାଇନାକୁ ବାରମ୍ବାର ଉଲ୍ଲେଖ କରି ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଚାଇନା ତାର ଶକ୍ତି ବୃଦ୍ଧି କରୁଛି । ଯାହାର ପ୍ରଭାବ ଆମେରିକା ଉପରେ ପଡୁଛି । ମୁଁ ଚୀନ ରାଷ୍ଟ୍ରପତିଙ୍କୁ ସ୍ପଷ୍ଟ ଭାବେ ଜଣାଇଦେବାକୁ ଚାହୁଁଛି କି ଆମେରିକା ସହ ପ୍ରତିଯୋଗୀତା କର କିନ୍ତୁ ବିବାଦ କରନି । କାରଣ ଏହା ବହୁ ଭୟଙ୍କର ହୋଇପାରେ ବୋଲି ବାଇଡେନ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking