ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ସିନ ରିକ୍ରିଏଟ କଲା ବିବନ

କଟକ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ସିନ ରିକ୍ରିଏଟ କରାଯାଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏଟ କରିଛି । ଦିର୍ଘ ୨୨ ବର୍ଷ ପୁର୍ବେ ହୋଇଥିବା ଘଟଣା ସ୍ଥଳରେ ଅଧିକ ତଦନ୍ତ କରାଯାଉଛି । । ଚନ୍ଦକା ଥାନା ଅଞ୍ଚଳରେ ଘଟିଥିବା ଏହି ଗଣଦୁଷ୍କର୍ମର ଛାନବିନ କରୁଛି ସିବିଆଇ ।

ତେବେ ଆଜି ବିବନର ରିମାଣ୍ଡ ଶେଷ ହେବାକୁ ଯାଉଛି । ୧୯୯୯ ମସିହାରେ ବିବନ ଓ ତା ସହଯୋଗୀ ଘଟାଇଥିବା ଏହି ଗଣଦୁଷ୍କର୍ମ ପଛରେ କିଏ ରହିଥିଲା , ବିବନକୁ ରାଜ୍ୟ ବାହାରକୁ ପଠାଇବା ପଛରେ କାହା ହାତ ଥିଲା , ଏସବୁ ଦିଗରେ ସିବିଆଇ ଅଧିକ ତଦନ୍ତ କରି ବିବନକୁ ପଚରାଉଚରା କରିଛି ।

LEAVE A REPLY

Please enter your comment!
Please enter your name here