30.1 C
Bhubaneswar
Thursday, April 25, 2024
Homeଓଡିଶାବିଭିନ୍ନ କଟକଣା ମଧ୍ୟରେ ପାଳିତ ହେବ ଜାଗରଯାତ୍ରା

ବିଭିନ୍ନ କଟକଣା ମଧ୍ୟରେ ପାଳିତ ହେବ ଜାଗରଯାତ୍ରା

ଢେଙ୍କାନାଳ : ଯୋରନ୍ଦା ମାଘମେଳା ଭଳି ଚଳିତ ବର୍ଷ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ଜାଗରଯାତ୍ରା ମଧ୍ୟ ବିଭିନ୍ନ କଟକଣା ମଧ୍ୟରେ ପାଳିତ ହେବ । କରୋନା ସଂକ୍ରମଣ ଆଶଙ୍କା ଏଡାଇବା ଏବଂ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଦୃଷ୍ଟି ଦେଇ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ପୀଠରେ ପ୍ରସିଦ୍ଧ ଜାଗରଯାତ୍ରା ଚଳିତ ମାସ ୧୧ ତାରିଖରେ ବିଭିନ୍ନ କଟକଣା ମଧ୍ୟରେ ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ପାଳନ କରିବା ନେଇ ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମହାଶିବରାତ୍ରୀ ପାଇଁ ଜିଲ୍ଲା ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଛି ।

ଜିଲ୍ଲାର ସେହି ମାନଙ୍କୁ ଅନୁମତି ମିଳିବ ଯେଉଁମାନେ ୫ ରୁ ୧୧ ତାରିଖରେ କୋଭିଡ ନେଗେଟିଭ ରିପୋର୍ଟ ଆଣିଥିବେ । ସେମାନେ ଭଗବାନଙ୍କ ଦର୍ଶନ ସହିତ ପୀଠରେ ଦୀପ ଜାଳିପାରିବେ ବୋଲି ବୈଠକରେ ନିଷ୍ପତି ହୋଇଛି । ପୀଠ ପରିସରରେ ସମସ୍ତ ସେବାୟତ ଓ ଶ୍ରଦ୍ଧାଳୁମାନେ ମାସ୍କ ପରିଧାନ କରିବା, ସାମାଜି ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ । ମନ୍ଦିର ପରିସର ପରିଷ୍କାର ପରିଛନ୍ନତା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ମଧ୍ୟ ଦେଇଛିନ୍ତି । ଏହି ବୈଠକରେ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking