ନୂଆଦିଲ୍ଲୀ : ମହାକୁମ୍ଭର ସଙ୍ଗମରେ ଆଜି ବୁଡ ପକାଇଛନ୍ତି ଭୁଟାନ ର ରାଜା ଜିଗ୍ମେ ଖେସର ନାମଗେଲ ଓ୍ବାଙ୍ଗଚୁକ୍ । ତାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବୁଡ ପକାଇଛନ୍ତି । ଏଥିସହିତ ଉଭୟ ତ୍ରୀବେଣୀ ସଙ୍ଗମରେ ଆଳତୀ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଚୌଧୁରୀ ଚରଣ ସିଂ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜିଗ୍ମେ ଖେସରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଭବ୍ୟ ସ୍ବାଗତ କରିଥିଲେ । ବିମାନବନ୍ଦରରେ ଜିଗ୍ମେ ଖେସରଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ତେବେ ରାଜଭବନ ଯାଇ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଥିଲେ ଭୁଟାନର ରାଜା ଜିଗ୍ମେ ଖେସର । ଏକ ବୟାନରେ ରାଜା କହିଥିଲେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ଗରିମାପୂର୍ଣ୍ଣ ସ୍ବାଗତ ଜାଇଥିବାରୁ ମୁଁ ଧନ୍ୟବାଦ ଜଣାଉଛି ।