ଭୁବନେଶ୍ୱର : ଓଡିଶାରେ ପହଞ୍ଚିଛନ୍ତି ଷୋଡ଼ଶ ଅର୍ଥ କମିଶନ । ୭ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ରହିବେ ଷୋଡ଼ଶ ଅର୍ଥ କମିଶନ । ରାଜ୍ୟରେ ସରକାରଙ୍କ ମିଳିତ ଆଲୋଚନା ପରେ କାର୍ୟ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ ହେବାର ସୂଚନା ରହିଛି। ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନଗରିଆଙ୍କ ଅଧ୍ୟକ୍ଷତାରେ ୧୫ ଜଣ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ଆଜି ଖଣ୍ଡଗିରି, ଉଦୟଗିରି ସହ କଳାଭୂମି ବୁଲିବେ କମିଶନ ସଦସ୍ୟ। ଆସନ୍ତାକାଲି ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ତାପରେ କୋଣାର୍କ ମଧ୍ୟ ବୁଲିବେ । ସୂଚନା ଅନୁସାରେ, ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କା ଦାବି ରଖିବେ ସରକାର । ଯାହାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି ।