27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆସାମରେ ଭୂପେଶ ବାଘେଲଙ୍କ ଉପସ୍ଥିତି ବଦଳାଇପାରେ କଂଗ୍ରେସର ମଧ୍ୟବର୍ତ୍ତୀ ରାଜନୀତି ରୂପ

ଆସାମରେ ଭୂପେଶ ବାଘେଲଙ୍କ ଉପସ୍ଥିତି ବଦଳାଇପାରେ କଂଗ୍ରେସର ମଧ୍ୟବର୍ତ୍ତୀ ରାଜନୀତି ରୂପ

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ଭୋଟଗ୍ରହଣ ହେଉଛି । ନିର୍ବାଚନ ପ୍ରଚାର ଧୀମା ହୋଇଛି । ହେଲେ ଚଳିତ ଥର ପ୍ରଚାରରେ କିଛି ନୂଆ ଦେଖିବାକୁ ମିଳିଥିଲା । ସବୁଠୁ ଖାସ୍ ଛତିଶଗଡ ମୁଖ୍ୟମନ୍ତ୍ରୀ ଙ୍କ ଆସାମରେ ପ୍ରଚାର କରିବା । ଦଶନ୍ଧିରେ ପ୍ରଥମ ଥର କଂଗ୍ରେସ ଦଳ, କୌଣସି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ରାଜ୍ୟକୁ ଯ୍ଧବ ଦଳର ପ୍ରଚାର କରିବାକୁ ଆଗେଇ ଆସିଥିଲେ । ରାୟପୁରରୁ ଦିଶପୁର ମଧ୍ୟରେ ପ୍ରାୟ ୧୬୦୦ରୁ ଅଧିକ ବାଟ ଦୂର । ହେଲେ ଏହାପରେ ବି ଦଳର ସେଠାରେ ବାଜି ଲାଗିବା କଂଗ୍ରେସର ଏକ ନୂଆ ରାଜନୀତି ଆଡକୁ ଇଙ୍ଗିତ କରୁଛି ।
ଭୂପେଶ ବାଘେଲ ପ୍ରଥମଥର ୧୮ ଜାନୁୟାରୀ ୨୦୨୧ରେ ଆସାମ ପହଂଚିଥିଲେ । ସେଠାରେ ବଡ ବଡ ରାଜନୀତିଜ୍ଞଙ୍କ ସମ୍ମୁଖରେ ତିନି ପର୍ଯ୍ୟାୟ ନିର୍ବାଚନ ପାଇଁ ଏକା ପ୍ରଚାର କରିବା ସହଜ କଥା ନୁହେଁ । କିଛି ଦିନରେ ଦଳର ଗୌରବ ଗୋଗଇ, ସୁସ୍ମିତା ଦେବ, ଦେବବ୍ରତ ସୌକିୟା, ରିପୁନ ବୋରା ଭଳି ରାଜ୍ୟର ଅନେକ ଚେହେରା ବଘେଲଙ୍କ ସହିତ ଆସିଥିଲେ ଓ ଦଳର ଦୃଢତା ଦେଖାଇଥିଲେ । ୪ ଏପ୍ରିଲରେ ଆସାମରେ ନିର୍ବାଚନ ପ୍ରଚାର ସମାପ୍ତ ହେବା ପରେ ବଘେଲ ଉପର ଆସାମ, ଡିବ୍ରୁଗଢ, ବରାକ ଘାଟି, ବାରପେଟା, ଦିସପୁର ଓ ରାଜ୍ୟର ପ୍ରତି ଜିଲ୍ଲାରେ ୩୮ ଜନସଭାକୁ ସମ୍ବୋଧିତ କରିଥିଲେ । ଚାଇଗାଁଓ, ଚେଙ୍ଗା, ଅଭୟପୁରୀରେ ହିନ୍ଦୀ ଭାଷା ନେତାଙ୍କ ବଡ ସଭାକୁ ସମ୍ବୋଧିତ କରିବା ସାଧାରଣ ନଥିଲା । ବଘେଲଙ୍କ ରାଜନୈତିକ ସଚିବ ବିନୋଦ ବର୍ମା, ଯିଏ ଜଣେ ପୂର୍ବତନ ସାମ୍ବାଦିକ, ତାଙ୍କ ବ୍ୟତୀତ ମିଡିଆ ସଚିବ ରୁଚିର ଗର୍ଗ ଓ ଏଆଇସିସି ସଚିବ ରାଜେଶ ତିବାରୀ ରାଜ୍ୟରେ କଂଗ୍ରେସ ଲଢେଇରେ ଦିନରାତି ଏକ କରିଛନ୍ତି । କଂଗ୍ରେସ ଦଳରେ ଭୂପେଷ ବଘେଲଙ୍କ ଯୋଗଦାନକୁ ଏଡାଇ ଦିଆଯାଇପାରିବ ନାହିଁ । ଦଳରେ ତାଙ୍କର ମହତ୍ୱ କେବେ ସମାପ୍ତ ହେବ ନାହିଁ । ଭୂପେଷ ଜଣେ ଆଦର୍ଶ କ୍ୟାଣ୍ଡିଡେଟ ହିସାବରେ ଦକ୍ଷତା ଓ ଲୟାଲଟି ଭଳି ସମସ୍ତ ଫ୍ୟାକ୍ଟର ଦେଖନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking