27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଦିନ ୨ଟା ପର୍ଯ୍ୟନ୍ତ ଆସାମରେ ୫୩.୨୩ ପ୍ରତିଶତ ମତଦାନ

ଦିନ ୨ଟା ପର୍ଯ୍ୟନ୍ତ ଆସାମରେ ୫୩.୨୩ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଦେଶର ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ଭୋଟିଂ ଆରମ୍ଭ ହୋଇସାରିଛି । ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ରହିଥିବା ବେଳେ ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଆଜି ପ୍ରଥମ ଓ ଅନ୍ତିମ ପର୍ଯ୍ୟାୟ ମତଦାନ । ବଙ୍ଗଳାରେ ୩୧ ସିଟ, ଆସାମରେ ୪୦ ସିଟରେ ଭୋଟ ଗ୍ରହଣ ହେଉଛି । ସେହିଭଳି କେରଳର ସମସ୍ତ ୧୪୦ ଓ ତାମିଲନାଡୁର ସମସ୍ତ ୨୩୪ ସିଟ ପାଇଁ ଭୋଟିଂ ରହିଛି । କେନ୍ଦ୍ର ଶାସିତ ଅଂଚଳ ପୁଡୁଚେରୀରେ ଆଜି ୩୦ ସିଟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି । କହିରଖୁଛୁ ଯେ, ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୪୭୫ ବିଧାନସଭା ଆସନରେ ଆଜି ଭୋଟିଂ ହେଉଛି । ଏହାର ଫଳାଫଳ ମେ ୨ରେ ପ୍ରକାଶ ପାଇବ । ତେବେ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ବଙ୍ଗଳାରେ ୫୩.୮୯ ପ୍ରତିଶତ, ତାମିଲନାଡୁରେ ୪୦.୯୩ ପ୍ରତିଶତ, କେରଳରେ ୪୭.୩୯ ପ୍ରତିଶତ ,ଆସାମାରେ ୫୩.୨୩ ପ୍ରତିଶତ ଓ ପୁଡୁଚେରୀରେ ୫୩.୩୫ ପ୍ରତିଶତ ମତଦାନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking