ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ଡକା ଯାଇନଥିବାରୁ ସେ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସାମ୍ବିଧାନିକ ପଦବୀ ପ୍ରତି ଅସମ୍ମାନ ବୋଲି ଦର୍ଶାଇଛନ୍ତି ।
ଏହା ସହ ସେ କହିଛନ୍ତି ଯେ, ‘ରାଜଧାନୀର ଲୋକ ପ୍ରତିନିଧି ଭାବରେ ଆମନ୍ତ୍ରଣ ପାଇବା ଆମ ଅଧିକାର । ପ୍ରରିଷ୍ଠା ଦିବସ ପାଳନ ଅବସରରେ ସମସ୍ତଙ୍କୁ ନିମନ୍ତ୍ରଣ ଦିଆଯାଇଛି । ହେଲେ ଉତ୍ସବରେ ସାମିଲ ହେବାକୁ ମୋତେ ନିମନ୍ତ୍ରଣ ପତ୍ର ମିଳିନି । ଭୁବନେଶ୍ୱର ସାଂସଦ ଭାବେ ଲୋକଙ୍କର ସେବା କରୁଛି । ତେଣୁ ଉତ୍ସବକୁ ନିମନ୍ତ୍ରିତ ହେବା ମୋର ଅଧିକାର ।’ ଘଟଣାର ତଦନ୍ତ କରି ଏଥିପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଚିହ୍ନଟ କରିବାକୁ ସେ ଅନୁରୋଧ କରିଛନ୍ତି ।
ରାଜଧାନୀ ପ୍ରତିଷ୍ଠା ଦିବସରେ ମିଳିଲାନି ଡାକରା : ଟ୍ୱିଟ କରି କ୍ଷୋଭ ପ୍ରକାଶ କଲେ ଅପରାଜିତା