28.1 C
Bhubaneswar
Thursday, May 2, 2024
Homeଓଡିଶାଭୁବନେଶ୍ୱର ଫେରିଲେ ଭର୍ତ୍ତୃହରି

ଭୁବନେଶ୍ୱର ଫେରିଲେ ଭର୍ତ୍ତୃହରି

ଭୁବନେଶ୍ୱର: ଦେଶର ରାଜଧାନୀ ଦିଲ୍ଲୀରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଫେରିଛନ୍ତି ଭର୍ତ୍ତୃହରି ମହାତାବ । ନିକଟରେ ବିଜେଡିରୁ ଇସ୍ତଫାଦେଇ ବିଜେପିରେ ମିଶିଥିବା ଶ୍ରୀ ମହାତାବ ରବିବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀ ଓ ଶୁଭେଚ୍ଛୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଅବସରରେ ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦୁର୍ଗର ପତନ ହେଉଛି ।ବିଜେଡି ଭଲଭାବେ ଜାଣିସାରିଲାଣି ଯେ ତାଙ୍କ ସ୍ଥିତି ଆଉ ନାହିଁ । ପ୍ରକାଶ ଯେ ବିଜେପି ପକ୍ଷରୁ ଭର୍ତ୍ତୃହରିଙ୍କୁ କଟକ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା କରାଯାଇଛି । କଟକ ଆସନରୁ ୬ଥର ବିଜେଡି ଟିକେଟରେ ବିଜୟୀ ହୋଇଥିବା ଭର୍ତ୍ତୃହରି ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ସେଠାରେ ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking