32.1 C
Bhubaneswar
Monday, June 9, 2025
Homeଦେଶ ବିଦେଶରାଜ୍ୟପାଳ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ଭାଗବତ ସିଂ କାଶ୍ୟୋରୀ; ପିଏମଙ୍କୁ ଚିଠି

ରାଜ୍ୟପାଳ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ଭାଗବତ ସିଂ କାଶ୍ୟୋରୀ; ପିଏମଙ୍କୁ ଚିଠି

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ନିଜ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଅନୁରୋଧ କରିଛନ୍ତି, କି ‘ସେ ସମସ୍ତ ରାଜନୈତିକ ବନ୍ଧନରୁ ମୁକ୍ତ ହେବାକୁ ଚାହୁଁଛନ୍ତି।’ ଭଗତ ସି କୋଶ୍ୟାରିଙ୍କୁ ଏହି ନିଷ୍ପତି ରାଜନୈତିକ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ଦିନ ପୁର୍ବେ ଭଗତ ସିଂ ଙ୍କ ଉପରେ ପକ୍ଷପାତିତା କରିବା ନେଇ ଅଭିଯୋଗ ଲାଗିଥିଲା।

ମହାରାଷ୍ଟ୍ର ରାଜ ଭବନ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ରାଜ୍ୟପାଳ କୋଶ୍ୟାରୀ ତାଙ୍କ ଜୀବନସାରା ପଢିବା, ଲେଖିବା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଅତିବାହିତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ କୋଶାରି କହିଛନ୍ତି ଯେ ମହାରାଷ୍ଟ୍ର ଭଳି ଏକ ମହାନ ସାଧୁ, ସାମାଜିକ ସଂସ୍କାରକ ଏବଂ ସାହସୀ ସଂଗ୍ରାମୀଙ୍କ ରାଜ୍ୟର ରାଜ୍ୟପାଳ ଭାବରେ ସେବା କରିବା ମୋ ପାଇଁ ସମ୍ପୂର୍ଣ୍ଣ ସମ୍ମାନ ଓ ସୌଭାଗ୍ୟର ବିଷୟ। କିଛିଦିନ ପୁର୍ବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ କହିଥିଲେ କି ରାଜ୍ୟପାଳ ହେବା ପରେ ସେ ଖୁସି ନାହାନ୍ତି। ତାଙ୍କୁ ଲାଗୁଛି ଯେ, ଠିକ୍ ଜାଗାରେ ନାହାନ୍ତି। ତେଣୁ ସେ ଦୁଖୀ ଅଛନ୍ତି, ଖୁସି ନାହାନ୍ତି ବୋଲି କହିଥିଲେ। ତାଙ୍କୁ ଖୁସି ଲାଗିବ ଯେବେ ସେ ରାଜଭବନରୁ ସନ୍ୟାସ ନେବେ। ଜୈନ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ସେ ଏହି କଥା କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking