32.1 C
Bhubaneswar
Sunday, April 28, 2024
Homeଓଡିଶାସଟ ସର୍କିଟରୁ ଲାଗିଲା ନିଆଁ, ପୋଡିହୋଇ ମା' ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

ସଟ ସର୍କିଟରୁ ଲାଗିଲା ନିଆଁ, ପୋଡିହୋଇ ମା’ ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

ଭଦ୍ରକ : ନିଆଁରେ ପୋଡି ମା ଜୀବନ୍ତ ଦଗ୍ଧ, ଝିଅ ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ବ୍ଲକ ବାଣୀଟିଆ ପଂଚାୟତର ମହଲା ସାହି ଗାଁରେ । ଗାଁର ଭାରତୀ ବେହେରା ତାଙ୍କର ଦୁଇ ଝିଅଙ୍କୁ ନେଇ ଘରେ ଶୋଇଥିବା ବେଳେ ଘର ଭିତରେ ହଠାତ ବିଦ୍ୟୁତ ସଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା । ଫଳରେ ଘର ଭିତରେ ଥିବା ଦୁଇ ଝିଅଙ୍କ ମଧ୍ୟରୁ ଜଣେ ବାହାରି ଆସିଥିବା ବେଳେ ଅନ୍ୟ ଦୁଇ ଜଣ ରହିଯାଇ ଥିଲେ । ତେବେ ଘର ଭିତରେ ଥିବା ଭାରତୀ ବେହେରା ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୦ ବର୍ଷର ଝିଅଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକ ଉଦ୍ଧାର କାରି ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇଛନ୍ତି । ଖବର ପାଇଁ ଭଦ୍ରକରୁ ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking