28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଶୋପିଆଁରେ ‘ଏନ୍‌କାଉଣ୍ଟର୍‌’ : ଜଣେ ଆତଙ୍କବାଦୀ ନିହତ

ଶୋପିଆଁରେ ‘ଏନ୍‌କାଉଣ୍ଟର୍‌’ : ଜଣେ ଆତଙ୍କବାଦୀ ନିହତ

ଜମ୍ମୁ : ଜମ୍ମୁ ଓ କଶ୍ମୀରର ଶୋପିଆଁ ଅନ୍ତର୍ଗତ ରାଓ୍ଵଲପୋରା ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ କରି ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି। ଏ ସଂକ୍ରାନ୍ତରେ କଶ୍ମୀର ଜୋନ୍ ପୁଲିସ ଟୁଇଟ୍ କରି ଲେଖିଛି, ଶୋପିଆଁ ଏନ୍‌କାଉଣ୍ଟର୍‌ର ସଦ୍ୟତମ ତଥ୍ୟ: ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛି। ଅଭିଯାନ ଚାଲୁ ରହିଛି। ଏହାପରେ ସବିଶେଷ ବିବରଣୀ ଦିଆଯିବ।ଶନିବାର ଦିନ ରାଓ୍ଵଲପୋରା ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ପୂର୍ବରୁ ମାର୍ଚ ୧୧ ତାରିଖରେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ କରି ଜୈଶ୍‌-ଏ-ମହମ୍ମଦର ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking