40.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟସ୍ତରୀୟ ରେଡକ୍ରସ ତାଲିମ ଶିବିର ଉଦଘାଟିତ

ରାଜ୍ୟସ୍ତରୀୟ ରେଡକ୍ରସ ତାଲିମ ଶିବିର ଉଦଘାଟିତ

ଯାଜପୁର (ଓଏନଏ) : ଯାଜପୁର ଜିଲ୍ଲା ଜୁନିଅର ରେଡ୍‌କ୍ରସ୍‌ ସମିତି ସହାୟତାରେ ତା ୧୨/୦୩/୨୦୨୧ ରିଖ୍ ଅପରାହ୍ନ ୪ଘଟିକା ସମୟରେ ବି ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀମତୀ ନିରୁପମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି।ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସୁତାର ଏବଂ ମୁଖ୍ୟ ଅତିଥଭାବେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ। ଜିଲ୍ଲାର ୩୦ ଗୋଟି ବିଦ୍ୟାଳୟରୁ ଆସିଥିବା ଶିକ୍ଷକମାନଙ୍କୁ ଜୁନିଅର ରେଡ କ୍ରସ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ଜ୍ଞାତ କରାଇ ଜିଲ୍ଲାରେ ଏହାକୁ ଏକ ବିପ୍ଳବ ରୂପେ ଗଢି ତୋଳିବା ପାଇଁ ଶ୍ରୀଯୁକ୍ତ ନାୟକ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଯାଜପୁର ଜିଲ୍ଲା ପ୍ରାକ୍ତନ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ରାଧାକୃଷ୍ଣ ବୋଷ, ବର୍ତ୍ତମାନର ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ଶମ୍ଭୁ ନାଥ ଦାଶ ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀଯୁକ୍ତ ଶଙ୍କର୍ଷଣ ବେହେରା ଯୋଗଦାନ କରିଥିଲେ।

ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ଶିବିରରେ ରେଡକ୍ରସ୍ ର ବିଭିନ୍ନ କାର୍ଯକ୍ରମ ଯଥା  – ସଡ଼କ ନିରାପତ୍ତା , ଅଗ୍ନି ତଥା ପ୍ରାକୃତିକ ବିପର୍ଯ୍ୟ , ସ୍ବାସ୍ଥ୍ୟ ରକ୍ଷା ଏବଂ ରକ୍ତ ଦାନ ,ବିଦ୍ୟାଳୟ ନିରାପତ୍ତା ଓ ପ୍ରାଥମିକ ସହାୟତା ତଥା ଶିଶୁ ସୁରକ୍ଷା ସମ୍ପର୍କରେ ରାଜ୍ୟ ସାଧନ କର୍ମୀମାନେ ପ୍ରଶିକ୍ଷଣ ଦେବାର ଆୟୋଜନ କରାଯାଇଅଛି। ଏହିଶିବିର ୧୬/୦୩/୨୦୨୧ ରେ ଉଦଯାପିତ ହେବା ବୋଲି ଶ୍ରୀଯୁକ୍ତ ଶମ୍ଭୁନାଥ ଦାଶ ଜଣାଇଛନ୍ତି। ଉକ୍ତ ଶିବିରକୁ ପରିଚାଳନାରେ ତ୍ରିଲୋଚନ ଜେନା, ରାଜେଶ୍ କୁମାର ସେଠୀ, ଜ୍ୟୋତ୍ସ୍ନା ରାଣୀ ବେହେରା, ବିନୋଦ କୁମାର ଦଳାଇ, ସ୍ମିତା ରାଣୀ ପରିଡ଼ା, ସୁବାସ ବାରିକ, ବିକାଶ ସାହୁ, ଅଜୟ କୁମାର ଦାସ, ଅମିୟ ନାୟକ, ସତ୍ୟନାରାୟଣ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ମଞ୍ଚ ପରିଚାଳନାରେ ନିରଞ୍ଜନ ଶତପଥୀ ସହାୟତା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking