25.1 C
Bhubaneswar
Friday, November 22, 2024
Homeବ୍ରେକୀଙ୍ଗଭଦ୍ରକ ବିଜେଡ଼ି ବିଧାୟକଙ୍କ ଗୁଣ୍ଡାରାଜ ନିନ୍ଦନୀୟ : ଛାତ୍ର କଂଗ୍ରେସ

ଭଦ୍ରକ ବିଜେଡ଼ି ବିଧାୟକଙ୍କ ଗୁଣ୍ଡାରାଜ ନିନ୍ଦନୀୟ : ଛାତ୍ର କଂଗ୍ରେସ

ଭୁବନେଶ୍ୱର ତା ୧୧.୧୨- ଗତକାଲି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା ଦିଆଯାଇଥିଲା । କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ଏହି ବନ୍ଦ ପାଳନ କରାଯାଇଥିଲା । ଭଦ୍ରକ ବାସୀଙ୍କ ସ୍ୱତଃସ୍ଫୃତ ସମର୍ଥନ ମଧ୍ୟ ମିଳିଥିଲା । ଏହି ବନ୍ଦ କାର୍ଯ୍ୟକ୍ରମକୁ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ସହ୍ୟ କରିପାରି ନଥିଲେ । ଶ୍ରୀ ମଲ୍ଲିକଙ୍କ ବିରୋଧରେ ଭଦ୍ରକ ବାସୀଙ୍କର ଜନ ଅସନ୍ତୋଷ ଏହି ବନ୍ଦ କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା । ଏହି ବନ୍ଦ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସ ନେତା ଶ୍ରୀ ହେମନ୍ତ ମହାପାତ୍ର ଅଗ୍ରଣୀ ଭୂମିକା ନେଇଥିଲେ । ଶ୍ରୀ ମହାପାତ୍ରଙ୍କ ଭୂମିକାକୁ ସହ୍ୟ କରିନପାରି ବିଧାୟକଙ୍କ ଇଙ୍ଗିତରେ କିଛି ବିଜୁଜନତା ଦଳ ଗୁଣ୍ଡା ଶ୍ରୀ ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଭଦ୍ରକ ବିଜେଡ଼ି ବିଧାୟକ ଓ ବିଜେଡ଼ି ଗୁଣ୍ଡାଙ୍କୁ ତୁରନ୍ତ ଗିରଫ କରିବାକୁ ରାଜ୍ୟ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking